Latest Odisha News

ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ

ଦିଗପହଣ୍ଡି: ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ହୋଇଛି  । ବଜ୍ରାଘାତରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ହୋଇଛି  ।

BjdElectrycity

ସୂଚନା ମୁତାବକ, ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଖୋଲା ପଡ଼ିଆକୁ ଚରାଇବାକୁ ନେଇଥିଲେ । କିନ୍ତୁ ହଠାତ ଅପରାହ୍ନରେ ଆକାଶରେ କଳା ବାଦଲ ଘୋଟି ଆସି ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ୭ ଟି ଗାଇ ସହ ୨ ବାଛୁରୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ପୂର୍ଣ୍ଣ ନିହାତି ଜଣେ ଗରିବ ହୋଇଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ଗାଈମାନଙ୍କ ଆକଳନ କ୍ଷତି ଦେବା ସହ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.