Latest Odisha News

ଏକାସାଙ୍ଗେ ୬ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଵଳନ କରି ବିଶ୍ୱ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟା ଦୀପୋତ୍ସବ

ନୂଆଦିଲ୍ଲୀ: ଦୀପାବଳୀ ଉପଳକ୍ଷେ ସାରା ଅଯୋଧ୍ୟାରେ ନଗରୀ ଉତ୍ସବମୁଖର ହୋଇଉଠିଛି। ରାମନଗରୀର ସ‌ୌନ୍ଦର୍ଯ୍ୟ ଦୀପାବଳିର ଦୀପ ସମୂହରେ ବହୁଗୁଣିତ ହୋଇଛି। ଶୁକ୍ରବାର ଅର୍ଥାତ୍‌ ଦୀପାବଳି ଉତ୍ସବରେ ଅଯୋଧ୍ୟାର ଦୀପୋତ୍ସଭରେ ଦୀପ ପ୍ରଜ୍ଵଳନ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏକାସାଙ୍ଗରେ ୬,୦୬,୫୬୯ଟି ଦୀପ ଜାଳି ଗିନିଜ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛି ଏଥର ଅଯୋଧ୍ୟା ଦୀପୋତ୍ସବ। ରାମ ନଗରୀରେ ରାମଙ୍କର ଗୁଣଗାନ କରାଯାଉଛି। ସମଗ୍ର ଅଯୋଧ୍ୟାରେ ଶ୍ରୀ ରାମ ଜୟ ଜୟକାର ଶୁଣିବାକୁ ମିଳୁଛି।

ଏଥର ଅଯୋଧ୍ୟାରେ ଦୀପାବଳି ପର୍ବକୁ ବେଶ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ତେବେ ଏଥର ଦୀପାବଳିକୁ ସ୍ୱତନ୍ତ୍ର ଭାବେ ପାଳିବାର କାରଣ ହେଉଛି ନିକଟରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ପାଇଁ ସ୍ଥାପନ କରାଯାଇଥିଲା। ଯେଉଁଥିପାଇଁ ଏଥର ଦୀପାବଳିକୁ ଧୁମ୍‌ଧାମ୍‌ରେ ପଳନ କରାଯାଉଛି।

Comments are closed.