Latest Odisha News

BREAKING NEWS

ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ପାଇଁ ସମନ୍ୱୟ ବେଢଠକ ଶେଷ ହୋଇଯାଇଛି । ରାତି ୧୦ରେ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । କୋଭିଡ଼ କଟକଣା ନିୟମ ଅନୁସାରେ ମନ୍ଦିର ପରିସରରେ ଭକ୍ତ ଦୀପ ଜାଳି ପାରିବେ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରଦ୍ଧାଳୁ ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସେହିପରି ଶିବରାତ୍ରୀରେ ରାତି ୩ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ସକାଳ ୫ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ୫ଟା ପରେ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ।

ଏହା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ ହେବେ । ଟ୍ରାଫିକ ଓ ପାର୍କିଂକୁ ବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ରହିଛି ।

Comments are closed.