Latest Odisha News

ଭିଜିଲାନ୍ସ ଜାଲରେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । 

ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଦ୍ୱାରା ଚଢାଉ କରାଯାଉଛି । ଖଡ଼ିଆଳସ୍ଥିତ ତାଙ୍କ ସରକାରୀ ବାସଭବନ, ପୈତୃକ ଗାଁ ନିଲିଜି ଏବଂ ଖରିଆ ବ୍ଲକ ଅନ୍ତର୍ଗତ ନେହେନାରେ ଥିବା ସମ୍ପର୍କୀୟଙ୍କ ଘର, ରାୟାଗଡାରେ ଥିବା ଭଡା ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । 

ମାଲକାନଗିରି ଡିଏସପି ଏସ.କେ.ବିଶ୍ବାଳଙ୍କ ନେତୃତ୍ବରେ ନବରଙ୍ଗପୁର ଭିଜଲାନ୍ସ ଅଧିକାରୀ କଳାବତୀ ବାଗ, ଭୀମସେନ ପୂଜାରୀ ସହ ଅନେକ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି । 

Leave A Reply

Your email address will not be published.