Latest Odisha News

BREAKING NEWS

ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନିକଟରେ ବିଦେଶିନୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସେବାୟତ । ଗିରଫ ସେବାୟତ ଜଣକ ହେଲେ କୁଣ୍ଡୁ ମହାପାତ୍ର । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରାଯାଇଛି ।

ସୂଚନା ମୁତାବକ, ଲିଙ୍ଗରାଜ ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବାକୁ ଯାଇ ବିଦେଶିନୀଙ୍କ ସହ ଅସଦାଚରଣ କରିଥିଲେ ସେବାୟତ କୁଣ୍ଡୁ ମହାପାତ୍ର । ଏହାପରେ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ ବିଦେଶିନୀ । ପରେ ଘଟଣାକ୍ରମକୁ ରେକର୍ଡ କରିବା ପରେ ତର୍ଜମା କରି ବିଦେଶିନୀଙ୍କୁ କାଉନସେଲିଂ ପରେ ସେବାୟତଙ୍କୁ ଅଟକ ରଖାଯାଇଥିଲା । ଏହାପରେ ଲିଙ୍ଗରାଜ ଥାନା ଅଭିଯୁକ୍ତ ସେବାୟତକୁ ଗିରଫ କରିଛି ।

ପୂର୍ବ ରେକର୍ଡ ଯାଞ୍ଚ ବେଳେ ପୂର୍ବରୁ ମଧ୍ୟ ସେ ଏପରି କାଣ୍ଡ ଘଟାଇ ଗିରଫ ହୋଇ କୋର୍ଟଚାଲାଣ କରାଯାଇଥିଲା । ଏହି ଘଟଣା ରାଜ୍ୟର ମାନସମ୍ମାନ, ସଂସ୍କୃତି ଓ ଐତିହ୍ୟ ସହ ଜଡ଼ିତ ଥିବାରୁ ଏହାକୁ ଗୁରୁତର ସହ ନେଇଛି କମିଶନରେଟ ପୋଲିସ ।

ସେପଟେ ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ଏବଂ ମନ୍ଦିର କିମ୍ବା ଭୁବନେଶ୍ବର ବଦନାମ ନହୁଏ ସେଥିପ୍ରତି ମନ୍ଦିର କର୍ତ୍ତୃପକ୍ଷ, ନିଯୋଗ ଓ ସେବାୟତଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବର୍ତ୍ତମାନ ପୋଲିସ ଆଲର୍ଟ ରହିଛି । ପର୍ଯଟକ ଯେପରି ସୁରକ୍ଷିତ ଓ ନିରାପଦ ଅନୁଭବ କରିବେ ସେନେଇ ଭୁବନେଶ୍ୱର ପୋଲିସ ପ୍ରୟାସ ଜାରି ରଖଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

Comments are closed.