Latest Odisha News

BREAKING NEWS

ବିଜ୍ଞାପନରେ ସଧବା ନାରୀର ପ୍ରତୀକକୁ ଅପମାନ କଲେ ସବ୍ୟସାଚୀ!

ମୁମ୍ବାଇ: ହିନ୍ଦୁଙ୍କ ଆସ୍ଥା ଉପରେ ବାରମ୍ବାର କୁଠାରଘାତ ହେଉଛି । କରୱାଚୌଥରେ ସମଲିଙ୍ଗୀ ପ୍ରୋତ୍ସାହନ ପରେ ଏବେ ସଧବା ନାରୀର ସମ୍ମାନ ତଥା ପ୍ରତୀକ ମଙ୍ଗଳସୂତ୍ରକୁ କଦର୍ଥ ଭାବେ ଉପସ୍ଥାପନ କରାଯାଇଛି । ବଲିଉଡର ପ୍ରତିଷ୍ଠିତ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ ନୂତନ ଅଳଙ୍କାର ବିଜ୍ଞାପନ ଏହି ଶ୍ରେଣୀରେ ସାମିଲ ହୋଇଛି । ସେ ନିଜର ନୂତନ ଜୁଏଲାରୀ କଲେକ୍ସନ ଇଂଟିମେଟ ଫାଇନ ଜୁଏଲାରୀରେ ଏହି ଡିଜାଇନ ସାମିଲ କରିଛନ୍ତି । ଏହାର ଫଟୋକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଏହା ବିଜ୍ଞାପନ ନାଁ ଲିଙ୍ଗେରୀ ବୋଲି ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି ।

ସେହିପରି ଆଉ ଜଣେ ଲେଖିଛନ୍ତି ସବ୍ୟସାଚୀଙ୍କ ମଙ୍ଗଳସୂତ୍ର ଓ କାମସୂତ୍ର ମଧ୍ୟରେ କିଛି ପ୍ରଭେଦ ଜାଣିବା ଉଚିତ ଥିଲା । ହିନ୍ଦୁ ସଂସ୍କୃତିକୁ ବାରମ୍ବାର ଅପମାନ କରି ଆପଣମାନେ କଣ ଲାଭ ପାଉଛନ୍ତି ମୁଁ ଜାଣିପାରୁ ନାହିଁ ବୋଲି ଆଉ ଜଣେ ଉଲ୍ଲେଖ କରିଛନ୍ତି । ବର୍ତମାନ ଏହି ଜୁଏଲାରୀ କଲେକ୍ସନକୁ ବିଭିନ୍ନ ମହଲରେ ବୟକଟ କରାଯିବା ଆରମ୍ଭ ହୋଇଛି । ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା ଏବଂ ଅନ୍ୟ ବଲିଉଡ ସେଲିବ୍ରେଟିଙ୍କ ବିବାହରେ ସବ୍ୟସାଚୀ ପୋଷାକ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.