Latest Odisha News

BREAKING NEWS

ବନ ବିଭାଗ ପଞ୍ଝାରେ ଶିକାରୀ ,ହରିଣ ମାଂସ ଜବତ

କେନ୍ଦୁଝର :ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ତା ସହ ଅଭିଯୁକ୍ତ ଠାରୁ ଓଜନ କଣ୍ଟା ,ମାଂସ ଓ କଟୁରୀ ଜବତ କରିଛି । କେନ୍ଦୁଝର ବିଜେପି ରେଞ୍ଜ ଗୋନାସିକା ସ୍ଥିତ ଗୁପ୍ତଗଙ୍ଗା ଅଞ୍ଚଳରେ ହରିଣ ଶିକାର ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଁଚିଥିଲା।

ସକ।ଳେ ହରିଣ ମାଂସ ବିକ୍ରି ପାଇଁ କାଟୁଥିବା ସମୟରେ ଖବର ପାଇ ବିଜେପି ରେଞ୍ଜର ମାନଓ ମୁର୍ମୁ ନେତ୍ୱତ୍ୱରେ ବନ ବିଭାଗ ଟିମ୍ ଯାଇ ଶିକାରୀ ଚିନ୍ତାମଣୀ ଜୁଆଙ୍ଗଙ୍କ ଉପରେ ଚଢାଉ କରିଥିଲେ । ଅଭିଯୁକ୍ତ ଠାରୁ ଶିକାର ପାଇଁ ବ୍ୟବହୃତ ସମସ୍ତ ଜିନିଷ ଜବତ କରାଯାଇଛି ବୋଲି ଏସିଏଫ ଘନଶ୍ୟାମ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.