Latest Odisha News

ଯାଜପୁର ସବ-ଜେଲରେ ଲାଇବ୍ରେରୀ ସେବା ଆରମ୍ଭ

ଯାଜପୁର :ଅନ୍ତେବାସୀ ପଢ଼ିବେ ପାଠ । ଯାଜପୁର ସବ-ଜେଲରେ ଆରମ୍ଭ ହେଲା ଲାଇବ୍ରେରୀ ସେବା। ଯାଜପୁର ସର୍ବ ପୂରାତନ ଜେଲରେ ଆଜିଠାରୁ ଆଜି ପ୍ରଥମ ଥର ପାଇଁ ରୋଟାରୀ କ୍ଲବ ସହାୟତାରେ ଅନ୍ତେବାସୀଙ୍କୁ ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଇଛି ।ଏହି ଅବସରରେ ଯାଜପୁର ଉପଜିଲ୍ଲାପାଳ ,ଜ୍ୟୋତିଶଙ୍କର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ମହିରି ପ୍ରସାଦ ମହାନ୍ତି ସହ ରୋଟାରୀ କ୍ଲବର ସଭାପତି ପ୍ରବୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

୧୮୧୨ ମସିହାରେ ନିର୍ମାଣ ହୋଇଥିବା ଯାଜପୁର ଉପକାରାଗାରରେ ସାତଶହରୁ ଉର୍ଦ୍ଧ୍ବ ଅନ୍ତେବାସୀ ଥିବାବେଳେ ସେମାନେ ପାଠ ପଢ଼ିବା ନେଇ ଭାବିଥିଲେ ଉପକାରାଗାର ଜେଲର ପ୍ରସନ୍ନ ସାହୁ ।ଏନେଇ ଜେଲର ଅନ୍ତେବାସୀ ମାନଙ୍କ ପାଇଁ ଆଜିଠାରୁ ଲାଇବ୍ରେରୀ ସେବା ଆରମ୍ଭ ହୋଇଛି।ଏହା ଦ୍ୱାରା ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ସହ ନୂତନ ଚିନ୍ତାଧାରା ସୃଷ୍ଟି ହେବ ବୋଲି  ରୋଟାରୀ କ୍ଲବର ସଭାପତି କହିଛନ୍ତି ।

Leave A Reply

Your email address will not be published.