Latest Odisha News

ଦୁଃଖଦ ଖବର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ । ଆଜି ସକାଳ ୯ଟାରେ ସିଂହ କ୍ରିସର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୦୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା କ୍ରିସ୍ l କ୍ରିସ୍‌ କଳ୍ପନା ଓ ଜିତ୍ ନାମକ ୨ଟି ଛୁଆ ଜନ୍ମ ଦେଇଛି l ଗତ ଜୁଲାଇ ୨୬ରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା କ୍ରିସ୍ l ଦୀର୍ଘ ଦିନର ଚିକିତ୍ସା ପରେ ଆଜି ଆଖି ବୁଜିଲା ସିଂହ ‘କ୍ରିସ’ l

ଗତ ଜୁଲାଇ ୨୬ ତାରିଖରୁ କ୍ରିସ୍ ଅସୁସ୍ଥ ଥିଲା l ଧୀରେ ଧୀରେ ଦୁର୍ବଳ ହେବ ସହ ଖାଇବା ପିଇବା ମଧ୍ୟ ଛାଡିଦେଇଥିଲା କ୍ରିସ୍ l ଶେଷରେ ଆଜି ପ୍ରାଣୀ ଉଦ୍ୟାନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି l ମୃତ୍ୟୁ ବେଳକୁ କ୍ରିସକୁ ୨୦ ବର୍ଷ ହୋଇଥିଲା l ୨୦୦୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା କ୍ରିସ୍ l କ୍ରିସ୍‌ କଳ୍ପନା ଓ ଜିତ୍ ନାମକ ୨ଟି ଛୁଆ ମଧ୍ୟ ଅଛି l

Comments are closed.