Latest Odisha News

BREAKING NEWS

ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

ଭୁବନେଶ୍ବର: ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଦ ଦୋକାନ ଗୁଡି ବନ୍ଦ ରହିବ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ସୂଚନା ଦେଇଥିବାବେଳେ, ସେନେଇ ବୁଧବାର ସନ୍ଧ୍ୟା ଠାରୁ ମଦ ଦୋକାନଗୁଡ଼ିକୁ ସିଲ୍ କରାଯାଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ୱାଟର ପମ୍ପ ହାଉସକୁ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ । ସମସ୍ତ ପମ୍ପ ହାଉସରେ ଜେନେରେଟର ସେଟ୍ ଲଗାଯିବ ବୋଲି ସରକାର ନିଶ୍ଚିତ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ସହରାଞ୍ଚଳରେ ଜଳସ୍ତର ଦୂର ହେବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ମୋଟର ପମ୍ପ କିଣାଯାଇଛି ବୋଲି ସେ କହିଛନ୍ତି । ଯେଉଁ ଅଞ୍ଚଳରେ ବାତ୍ୟା ଦାନାର ପ୍ରଭାବ ଅନୁଭୂତ ହେବ ସେହି ସ୍ଥାନକୁ ପର୍ଯ୍ୟାପ୍ତ ପରିମାଣର ଖଣିଜ ଜଳ ଏବଂ ଜଳ ଟ୍ୟାଙ୍କର ଯୋଗାଣ ବିଭାଗ ନିଶ୍ଚିତ କରିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ଏହା ସହ ନବଜାତ ଶିଶୁଙ୍କ ପାଇଁ ବିଶେଷ ଯତ୍ନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.