Latest Odisha News

କବିତା : ଆସ ମାଆ

ଚନ୍ଦ୍ର ଶେଖର ପଣ୍ଡା

 

ଖଣ୍ଡ ପରଶୁ ଧାରଣ ପୁର ମଣ୍ଡନା ମା ଶୁଣ

ଦଣ୍ଡେ ତୁ ନକର ଡେରି ଦିଅ ବାରେ ଦରଶନ(୧)

 

ଯେବେଠୁ ହେଲା ଅଶିଣ ସେ ଦିନୁ ମନ ଉଛନ୍ନ

କେବେ ଭଗବତୀ ତୋର ହେବ ଧରାବତରଣ(୨)

 

ଆବାହନ ପାଇଁ ତୋର ମର୍ତ୍ଯ ବାସୀ ତତପର

ପ୍ରକୃତି ରାଣୀ ସଜାଇ ରଖିଛି ନାନା ସମ୍ଭାର(୩)

 

ମଧୁପ କଣ୍ଠ କୂଟଜ ମଧ୍ଯେ କି ବା ଶଙ୍ଖ ନାଦ

କାଶତଣ୍ଡୀ ଚାମରକୁ ବି-କାକଳୀ ମୁଖବାଦ୍ଯ(୪)

 

ଖଣ୍ଡି ଖଣ୍ଡି ଜଳଧର ଭାସନ୍ତି ନୀଳ ଅମ୍ବର

ମୁକୁର ବିତାନ କିବା ବାନ୍ଧିଛି କେହୁ ନଭର(୫)

 

ତୋପାଇଁ ଦୃଶ୍ଯ ତୋରଣ କରି ତୋ ଭକତ ଗଣ

ବାନ୍ଧି ଚନ୍ଦ୍ରାତପ ପୁଣି ପୁଷ୍ପମାଲ୍ଯ ଚୁତପର୍ଣ୍ଣ(୬)

 

ତଣ୍ଡୁଳ ବାଟିକେ ଝୋଟି ଯତନେ ଦେଇଛି ଲେଖି

ଦ୍ୱାରେ ପୂର୍ଣ୍ଣକୁମ୍ଭ ରଖି ଦୀପାଳୀ ଜାଳି ଚାହିଁଛି(୭)

 

ହାଣ୍ଡି ହାଣ୍ଡି ପିଠାପଣା ପୁଷ୍ପଧୂପ ଦୀପ ଝୁଣା

ଧଣ୍ଡାମାଳ ଅର୍ପିବାକୁ ହେଲେଣି ଉଛନ୍ନମନା(୮)

 

ଚଣ୍ଡ ମୁଣ୍ଡ ବିଘାତିନୀ ଆସ ମା ଦୁଃଖ ନାଶିନୀ

ଖଣ୍ଡ ତୁରିତ ଦୁର୍ଗତି ମାଗୋ ଦୁର୍ଗତି ହାରିଣୀ(୯)

 

ନହୁଅ ମାଗୋ କୃପଣ ଆସ ମା ଧରି କୃପାଣ

ନାଶ ଅରି ହସୁ ଧରା ଏତିକି ପଦେ

 

 

ମୋ. ନଂ-୯୪୩୮୧୮୫୭୮୫

Leave A Reply

Your email address will not be published.