Latest Odisha News

କବିତା : ମୋ ପ୍ରିୟା

ତେଜସ୍ଵିିନୀ ପଣ୍ଡା 

ମୋ ପ୍ରିୟା ଯାଇଛି ଡେରାଡୁନ୍
ଏଠି ଋତୁ ଚାଲିଛି ଫାଲଗୁନ୍।
ଅଶ୍ରୁଭିଜା ନୟନେ ମୋ
ପ୍ରେମିକାର ଅବୁଝା ସ୍ମୃତି ,
କେମିତି ଭୁଲିବି କହ
ଯେ ଆରାଧନାର ନାହିଁ ଇତି।
ପ୍ରତିକ୍ଷଣେ ମୌନତାର ଉଷ୍ମ ଚୁମ୍ବନ,
ମନସ୍ଵିନୀର ମନରେ ଶିଳ୍ପୀର ଗୋପନ,
ହେ ମୋ ସ୍ବପ୍ନର ମାନସୀ !
ତୁମେ ପୁଣି ଫେରିଆସ ମୋ ଦେଶ,
ସ୍ନିଗ୍ଧ ପ୍ରାଣ ପ୍ରଣୟରେ କବିତା ଅଶେଷ ।

ମୋ ପ୍ରିୟା ଯାଇଛି ଡେରାଡୁନ୍
ଏଠି ଋତୁ ଚାଲିଛି ଫାଲଗୁନ୍।
ଶ୍ଵେତସିକ୍ତ କାୟା ବିବର୍ଣ୍ଣରେ
ରୂପାୟିତ ରୂପେଲି ତୃପ୍ତି ,
ପ୍ରିୟତମା ଦିଅ ତୁମ
ସ୍ପର୍ଶର ଅଭିଳାଷରୁ ମୁକ୍ତି।
ହେ ମୋ କାମନା ମୋହିନୀ !
କି ମୋହ ତୁମର,କି ମହକ ସ୍ନେହର
ତୁମରି ସନ୍ଧାନେ ଆଜି ମୁଁ ଯାଯାବର।

ମୋ ପ୍ରିୟା ଯାଇଛି ଡେରାଡୁନ
ଏଠି ଋତୁ ଚାଲିଛି ଫାଲଗୁନ୍।
ପରମ ସୌଭାଗ୍ୟ ତୁମ
ଚଞ୍ଚଳ କଳ୍ପନାର ଦୀପ୍ତି,
ତୁମ ପାଖେ ସବୁ ତୁଛ
ଚନ୍ଦ୍ରର ଚନ୍ଦ୍ରମା ପୀରତି।
ହେ ମୋ ସାଧନାର ତପସ୍ଵିନୀ !
ତୁମେ ଥରେ ଆସନ୍ତନି ଫେରି
ଶୂନ୍ୟତାକୁ ଦେବାପାଇଁ ପୂର୍ଣ୍ଣତାର ସ୍ଥିତି।

Leave A Reply

Your email address will not be published.