Latest Odisha News

BREAKING NEWS

ଭାଷା ଭାଗବତ : ବର୍ଜ୍ୟ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୩ 

ଏ ସବୁ ନ କଲେ ବର୍ଜନ
ସ୍ବଭାଷା ହେବ ଗତିହୀନ
ଜଟିଳ ଲିଖନ ପଠନ
ଛାଡ଼ିବା ପାଇଁ ଲୋଡ଼ା ମନ
………………………….
ଚକ୍ଖଡ଼ି ଚେକ୍ଗେଟ୍‌ ଡାକ୍ଘର୍‌ ଡେକ୍ଚି ଟ୍ରାକ୍ଟର୍‌ ବ୍ରେକ୍ଡାଉନ୍‌ ଏକ୍ତାରା ଦିକ୍ଦାର୍‌ ପିକ୍ନିକ୍‌ ବାକ୍ପଟୁ ଟ୍ରକ୍ଭଡ଼ା ବାକ୍ରୀତି ବୁକ୍ଲେଟ୍‌ ବାକ୍ସିଦ୍ଧ ଷ୍ଟକ୍ହୋମ୍‌
………………………….

ଏହି ଲିଖନ ପରଂପରା
ଲିପିକୁ କରେ ଦରମରା
ବିଦେଶୀ ଶବ୍ଦ ଲେଖା ପାଇଁ
ନୂଆ ଲିପି ଗଢ଼ିବାନାହିଁ

ଅଲୋଡ଼ା ବର୍ଣାବଳି ଛାଡ଼ି
ଆଗକୁ ଯିବା ଆମେ ବଢ଼ି
ହଳଂତ ଆଉ ଅନୁସ୍ବାର
କରିବା ବେଶି ବ୍ୟବହାର

ଏ ଗୁଡ଼ା ଲୁପ୍ତ ହେବେ ବୋଲି
ଅଯଥା ହେବାନାହିଁ ଭାଳି
ମୃତକୁ ଦେବ ଜୀବନ୍ୟାସ
ଦୁର୍ଲଭ ଏପରି ସାହସ

ଅଲୋଡ଼ା କରିଲେ ବର୍ଜନ
ସ୍ବଭାଷା ହେବ ଚଳମାନ
କରିବା ବିକଳ୍ପ ଲିଖନ
ତାହା ହିଁ ଶ୍ରେଷ୍ଠ ସମାଧାନ
………………………
ଚକ୍‌ଖଡ଼ି ଚେକ୍‌ଗେଟ୍‌ ଡାକ୍‌ଘର ଡେକ୍‌ଚି ଟ୍ରାକ୍‌ଟର୍‌ ବ୍ରେକ୍‌ଡାଉନ୍‌ ଏକ୍‌ତାରା ଦିକ୍‌ଦାର୍‌ ପିକ୍‌ନିକ୍‌ ବାକ୍‌ପଟୁ ଟ୍ରକ୍‌ଭଡ଼ା ବୁକ୍‌ଲେଟ୍‌ ବାକ୍‌ସିଦ୍ଧ ଷ୍ଟକ୍‌ହୋମ୍‌
………………………….

ଏପରି ସୁସ୍ପଷ୍ଟ ଲିଖନ
ନିମଂତେ କରିବା ଯତନ
ଉପକାରୀ ହଳଂତ ଚିହ୍ନ
ପାଉ ଲେଖାରେ ନିଜ ସ୍ଥାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.