ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୫
କଲ କଲା କଲି କଲୁ କଲେ
ଯିବ ଯିବା ଯିବି ଯିବୁ ଯିବେ
ଲଲାଲିଲୁଲେ, ବବାବିବୁବେ
ଟିକେ ଲକ୍ଷ୍ୟ କରିବା ଏବେ
ଲ…. ଅତୀତ କାଳ ସୂଚକ
ବ… ଭବିଷ୍ୟ କାଳ ସୂଚକ
——————————-
ଭାଷାର ସୂତ୍ର ସୁଗଠିତ
ତେବେ ବି ହେଉଛୁଁ ଚିଂତିତ :
‘ ଆମ ଭାଷାର ଭବିଷ୍ୟତ
ନୁହଇ ମୋଟେ ସୁରକ୍ଷିତ ‘
ଜାଣିନୁ ଶିଖି କି ଶିଖାଇ
ତୁଚ୍ଛାକୁ ବିଚଳିତ ହୋଇ
ଭୁଲିଯାଉଛୁଁ ନିଜ ଭାଷା
ତେଣୁ ତ କମୁନି ଦୁର୍ଦଶା
ଲେଖିବା ପାଇଁ ଅନିଚ୍ଛୁକ
ଆମର ଅଧିକାଂଶ ଲୋକ
ବିଦେଶୀ ଭାଷାକୁ ଆଶ୍ରୟି
ସ୍ବକର୍ମ ନିଅଂତି ଚଳାଇ
ଏହା ତ ଆତ୍ମପ୍ରତ୍ୟାଖ୍ୟାନ
ବୁଝି ପାରୁନି ଆମ ମନ
ନ ହେଲେ ସୁଦ୍ଧା ସମୀଚୀନ
କରିଶିଖିନୁ ସଂଶୋଧନ
ପଦ ମର୍ଯାଦା କିଂବା ଧନ
ରହିପାରେନି ବହୁଦିନ
କିଂତୁ ଆମର ନିଜ ଭାଷା
ନ ଲେଖି ଭୋଗୁଛୁଁ ଏ ଦଶା
ସ୍ବଗୃହ ହେଉ ଶିକ୍ଷାଳୟ
କିଛି ସମୟ କରି ବ୍ୟୟ
ଏବର ମାଆ, ବାପା, ଅଜା
ଉଡ଼ାଂତୁ ସ୍ବଭାଷାର ଧ୍ବଜା
ପିଲାଏ ହସି, ଖେଳି, ମଜା
କରି ଶିଖିବେ ଲିପିସଜ୍ଜା
କାହାକୁ ଲାଗିବନି ଲଜ୍ଜା
କିଛି ବି ହେବନି ଅବୁଝା
ଏବେ ବି ଫିଟାଇଲେ ଆଖି
ପାରିବା କହି, ପଢ଼ି, ଲେଖି
ମନକୁ କଲେ ନିଜାଧୀନ
ଜାତିକୁ ମିଳିବ ଜୀବନ
ନ ହେଲେ ବେଶି ଉଦାସୀନ
ଧ୍ୟାନ ପାଇବେ ଶିଶୁଗଣ
ସେମାନେ ଭାଷା ଭବିଷ୍ୟତ
କରିବେ ଅଧିକ ଉନ୍ନତ
Comments are closed.