Latest Odisha News

BREAKING NEWS

ଭାଷା ଭାଗବତ : ବାଣୀ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୭ 

BjdElectrycity

ବହି ପଢ଼ି ଲେଖିଲେ ବହି
ପୁନର୍ଲିଖନ ବୋଲି କହି
ପାଠକେ ଯାଆଂତି ଏଡ଼ାଇ
ନୂତନ କିଛି ମିଳେନାହିଁ

ବହିରେ ବର୍ଣିତ ଘଟନା
ପୁନଶ୍ଚ କରିଲେ ରଚନା
ଶବ୍ଦର ଅଦଳ ବଦଳ
ପାଏନି ସର୍ଜନାର ବଳ

ଗ୍ରଂଥରୁ ଗ୍ରଂଥ ହେଲେ ଜାତ
ଭାଷା ହୁଏନି ଉପକୃତ
ଭାଷାଟେ ହେଲେ ଜ୍ଞାନାଧାର
ପାଏ ସୁଖ୍ୟାତି ସମାଦର

ଲେଖକ ପାଇ ଆତ୍ମତୃପ୍ତି
ନିଜ ମନକୁ ଦେଇ ଶାଂତି
ଉତ୍ତାରି ଯେତେ ବି ଲେଖଂତି
ପୂରାଂତି ସାହିତ୍ୟରେ ଭ୍ରାଂତି

କିଂବଦଂତୀର ବିଶ୍ଳେଷଣ
କଲେ ବି ଦେଇ ମନ ଧ୍ୟାନ
ତହିଁର ସାହିତ୍ୟିକ ମାନ
ହୁଏନି ମୌଳିକ ସମାନ

ତେବେ ନାମ ଓ ଯଶ ପାଇଁ
ଲେଖକ ହୋଇଗଲେ ବାଇ
ପୁସ୍ତକ ହୋଇଥାଏ ପଣ୍ୟ
ସାହିତ୍ୟ ରୂପେ ନୁହେ ଗଣ୍ୟ

ଶୁଣାକଥାକୁ ପୁଣି କହି
କେବେ ବି ହାଲିଆ ନ ହୋଇ
ଯେ କହୁଥାଏ ଅନର୍ଗଳ
ସେ ବାଂଟେ ପଚା ଶଢ଼ା ଫଳ

ଶବ୍ଦର ଉଚ୍ଚାରଣ ଶୈଳୀ
ଯୋଗୁଁ ଶୁଣାଳି ଯାଏ ଭଳି
ସଭାରେ ଶୁଭେ କରତାଳି
ବାଗ୍ମୀଂକୁ ହୁଏନି ସଂଭାଳି

ବାଣୀ ହୋଇଲ ବ୍ୟବସାୟ
ଭାଷାର ମାନ ହୁଏ କ୍ଷୟ
ସାହିତ୍ଯ ହୁଏ ଅନାଦୃତ
ଭାଷାଟେ ହୋଇଯାଏ ଲୁପ୍ତ

ଲେଖକ ପାଠକ ସୁଷୁପ୍ତ
ଏହା ତ ନୁହେ ଏବେ ଗୁପ୍ତ
ଯେ ଯାହା ଭାବଂତି ଉଚିତ
ହୁଅଂତି ତା ସହ ସଂପୃକ୍ତ

 

Leave A Reply

Your email address will not be published.