Latest Odisha News

BREAKING NEWS

ଭାଷା ଭାଗବତ : ଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୩

ଅତୀତ ବଂଦନା, ଭର୍ତ୍ସନା
କରିଲେ ହୋଇ ଏକମନା
ଭବିଷ୍ୟତର ରୂପରେଖ
ଆସେନି କାହାର ସମ୍ମୁଖ

ଭବିଷ୍ୟତର କଥା ଭାଳି
ଯେ ରହେ ସଂସାର ସଂଭାଳି
ସେ କରେ କାମ ନାନା ଭଳି
କାମରେ ଲାଗିପାରେ ବୋଲି

ଅତୀତ ଗଲାଣି ବାହୁଡ଼ି
ତାହା ସହିତ ହୋଇ ଯୋଡ଼ି
ରହିଲେ କରି କାଳ କ୍ଷୟ
ଲଭିବା ନିତ୍ୟ ପରାଜୟ

ଭବିଷ୍ୟମୁଖୀ ହୋଇ ଏବେ
କାମ କରିବା ଯଦି ସର୍ବେ
ଆମ ନିରୀହ ଶିଶୁଗଣ
ପାଇବେ ତହିଁରୁ କଲ୍ୟାଣ

ଶିଶୁଂକୁ ଶିଖାଇଲେ ଭାଷା
ମନେ ଜାଗିବ ବହୁ ଆଶା
ବଢ଼ିଲେ ତାଂକର ଭରସା
ଭାଷାକୁ ଆସିବ ସୁଦଶା

ପିଲାଏ ହେଲେ ଭାଷାରକ୍ଷୀ
ହେବେ ସଂସ୍କୃତି ଅଭିମୁଖୀ
ଭାଷା ନ ରହିଲେ ଅଟକି
ସବୁ ସୁଂଦର ହେବନି କି?

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.