ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସ୍ମରଣ, ଧ୍ୟ୍ୟନ କରିବା ପାଇଁ କେବଳ ମନରେ ଭକ୍ତି, ପ୍ରଭୁଙ୍କ ପ୍ରତି ଅନୁରାଗ ଓ ଅନୁରକ୍ତି ରହିବା ଆବଶ୍ୟକ। ଏହି ଭକ୍ତି ସମ୍ବନ୍ଧରେ କିଛି ତାତ୍ତ୍ୱିକ `ବିଶ୍ଳେଷଣର କଥା ଏହିପରି “ଭଜତେ ସେବ୍ୟତେ ଇତି ଭକ୍ତି ” । ଅର୍ଥାତ ସେବା ପ୍ରଦାନ କରିବା ଅର୍ଥରେ ବିଶେଷତଃ ଭକ୍ତି ଶବ୍ଦ ବ୍ୟବହାର ହୋଇଛି। କାରଣ ଭଜ ଧାତୁର ଅର୍ଥ ମଧ୍ୟ ସେବା, ଯାହା ଗରୁଡ଼ ପୁରାଣରେ ଏହିପରି ବର୍ଣ୍ଣିତ ହୋଇଛି। ଯଥା — “ଭଜ ଇତ୍ୟେଷ ବୈ ଧlତୁଃ ସେବୟାଂ ପରିକୀର୍ତ୍ତିତଃ, ତସ୍ମାତ ସେବା ବୁଧୈ ପ୍ରୋକ୍ତl ଭକ୍ତି ସାଧନଭୁୟସୀ ।”
ଏହିଶ୍ଳୋକରେ ସେବାକୁ ପ୍ରାଧାନ୍ୟ ଦିଆଯାଇଛି। ମହର୍ଷି ଶାଣ୍ଡିଲ୍ୟଙ୍କ ରଚିତ “ଭକ୍ତି ସୂତ୍ର “କହେ ଈଶ୍ୱରଙ୍କଠାରେ ଅନୁରାଗ ହିଁ ଭକ୍ତି ତେଣୁ ଲେଖିଲେ “ସାପରାନୁରକ୍ତିରିଶ୍ୱରେ ” ସେହିପରି ନାରଦ “ଭକ୍ତି ସୂତ୍ର “କହେ “ସା ତସ୍ମିନ ପ୍ରେମ ରୁପା “ଅର୍ଥାତ ଈଶ୍ୱରଙ୍କଠାରେ ଅଶେଷ ଅନୁରକ୍ତି ବା ପ୍ରେମ ହିଁ ଭକ୍ତି, ଭକ୍ତିର ପରିଭାଷା ଅନେକ। କିନ୍ତୁ ଭକ୍ତିର ଉପଲବ୍ଧି କେବଳ ଈଶ୍ୱର କୃପା ପ୍ରାପ୍ତି। ଆମ ଗଜ ଉଦ୍ଧାରଣ ପ୍ରସଙ୍ଗରେ ସେମିତି ହିଁ ଘଟିଛି। ଗଜର ଆକୁଳ ଭକ୍ତି ନିବେଦନ ପ୍ରଭୁ ଶୁଣିଛନ୍ତି ଓ ନିଜ ସୁଦର୍ଶନ ଚକ୍ରଦ୍ୱାରା କୁମ୍ଭୀରକୁ ମୁକ୍ତି ଦେଇ ଗଜଙ୍କୁ ରକ୍ଷା କରିଛନ୍ତି। ସଂସାରରେ ଇନ୍ଦ୍ରିୟ କବଳିତ ମନକୁ ପୁନଶ୍ଚ ଈଶ୍ୱରାଭିମୁଖୀ କରିବା ପାଇଁ ସେହିପରି ଇନ୍ଦ୍ରିୟମାନଙ୍କୁ ଦମନ କରିବାକୁ ପଡିବ। ଏଠାରେ ଇନ୍ଦ୍ରିୟ ଦମନ ଅର୍ଥ ଇନ୍ଦ୍ରିୟ ଲାଳସାର ଦମନ ।
ଆସନ୍ତୁ ତେବେ ଓଡ଼ିଆ ଭାଗବତରେ ବର୍ଣ୍ଣିତ ସ୍ୱୟଂ ଭଗବାନଙ୍କ ବାଣୀକୁ ଚିନ୍ତନ କରିବା ।
“ମୁଁ ଭକ୍ତ ଜନର ଅଧିନ
ମୋ ତହୁଁ ଭକ୍ତ ନୋହେ ଭିନ୍ନ ।
ଭକତ ଦେହେ ପ୍ରାଣ ମୁହିଁ
ସେବକ ପ୍ରାୟେ ପଛେ ଥାଇ।
ଭକ୍ତଟି ମୋହର ଶରୀର
ତିଳେ ହେଁ ନାହିଁ ଅଭ୍ୟନ୍ତର ।
ଭକ୍ତ ନିମନ୍ତେ ଦେହ ବହି
ସଂସାରେ ନାନା ରୂପ ହୋଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )