Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦାୟୁଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୦ 

ଶବ୍ଦକୁ ନ କଲେ ଆୟୁଧ
ଉନ୍ନତ ହୁଏ ଭାବବୋଧ
ମେଧା ନ ହେଲେ ଅବରୁଦ୍ଧ
ଭାଷାଟେ ହୁଅଇ ସମୃଦ୍ଧ

ଶବ୍ଦ ନ ହେଲେ ସୁଚିଂତିତ
ଶ୍ରୋତାକୁ ମିଳିଲେ ଆଘାତ
ହୁଏ ଭାଷାର ସର୍ବହାନି
କେହି ପାରଂତିନାହିଁ ଜାଣି

ଭାଷା ହେଲେ ଅଦରକାରୀ
ଆପଣା ଛାଏଁ ଅପସରି
କାଳ ଗର୍ଭରେ ହୁଏ ଲୀନ
ନିଶ୍ଚିହ୍ନ ହୁଏ ଚିହ୍ନ ବର୍ଣ

କରିଲେ ଅଧିକ ପ୍ରୟୋଗ
ମିଳିବ ଅପୂର୍ବ ସୁଯୋଗ
ବଦଳିଯିବ ଭାଷା ଭାଗ୍ୟ
ନ କରୁଁ ଏବେ ପରିତ୍ୟାଗ

ଭାଷା ସହିତ ରହୁଁ ଲାଖି
ସବୁ ପାରିବା ନିଜେ ଦେଖି
କହି ଶୁଣି ଓ ପଢ଼ି ଲେଖି
ଭାଷା ମର୍ଯାଦା ରଖୁଁ ଟେକି

ଶବ୍ଦର ହେଲେ ଅପଚୟ
ଭାଷାଟେ ହୋଇଯାଏ କ୍ଷୟ
ଶବ୍ଦ ସୁଅରେ ଯାଇ ଭାସି
ନ ହେଉଁ ଭାଷାର ବିନାଶୀ

ଖଂଡାରେ କାଟେ ଯିଏ ଗଛ
ଶତ୍ରୁ ଦିଶିଲେ ଘୁଂଚେ ପଛ
ଦେଖାଇ ଶବ୍ଦର ଭେଳିକି
ଯୁଦ୍ଧରେ ଜିତିପାରିବ କି?

ଶବ୍ଦକୁ ମଣେ ଯିଏ ରତ୍ନ
କରୁଥାଏ ଭାଷାର ଯତ୍ନ
ମପା ଗଣା ଶବ୍ଦର ବ୍ୟୟ
କରଇ ବକ୍ତବ୍ୟ ଅକ୍ଷୟ

 

Comments are closed.