Latest Odisha News

ଭାଷା ଭାଗବତ : ସଂସାର ଶାଂତି ନିକେତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୭

ସଂକଳ୍ପ ବଳେ କାର୍ଯ ସିଦ୍ଧି
ବିକ୍ଷୋଭ ବାଟ ଦିଏ ରୁଂଧି
ଉଗ୍ର ବଚନ ପରିହାର
ଅଟଇ ମୌଳିକ ସଂସ୍କାର

ମନରେ ଥିଲେ ଅସଂତୋଷ
କଥାର ନାହିଁ ଅବକାଶ
ଛାଟିଲେ ଅନର୍ଗଳ ବାଣୀ
ଅଶ୍ରାବ୍ୟ କୁତ୍ସିତ କାହାଣୀ

ମନୋଭାବକୁ ନିୟଂତ୍ରଣ
କରିଲେ ସର୍ବ ସିଦ୍ଧି, ଜାଣ
ପାଇବା ପାଇଁ ଏକାଗ୍ରତା
ପାଳନ କରୁଁ ନିରବତା

ଯାହା ହୁଏନି ହସି, ଖେଳି
ତାହା ବ୍ୟତୀତ ଯାଉଁ ଚଳି
ଅନାଗ୍ରହୀ ସହିତ କଳି
ମନରେ ଭରିଦିଏ ମଳି

ଭାଷା ହୋଇଲେ ପରିଚ୍ଛନ୍ନ
ବିକ୍ଷୁବ୍‌ଧ ହୁଏନାହିଁ ମନ
ଭାଷାକୁ ଦେଲେ ଟିକେ ଧ୍ୟାନ
ସଂସାର ଶାଂତି ନିକେତନ

 

Comments are closed.