ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ସ୍ୱରୂପର ଅନେକ ବ୍ୟାଖ୍ୟା ଆମେ ପାଇଲେଣି କିନ୍ତୁ ଅଭିଧାନ ଅନୁସାରେ “ନାରା ” ଶବ୍ଦର ଅର୍ଥ ହେଉଛି ସଦ୍ୟଜାତ ବାଛୁରୀ ବା ଗୋବତ୍ସା, ଏହାଙ୍କ ସମ୍ବନ୍ଧିତ ଈଶ୍ୱର ବା ନାରାୟଣ ରୂପୀ ଶ୍ରୀକୃଷ୍ଣଙ୍କ ଅଲୌକିକତା ବିଷୟରେ ଆଲୋଚନା ନକଲେ ଆମେ ଏହି ସ୍ୱରୂପର ସମ୍ପୂର୍ଣ ଚର୍ଚ୍ଚl କରିପାରୁନେ। ଏଠାରେ ଗୋପଲୀଳାର ଏକ କାହାଣୀ ଶୁଣିବାକୁ ମିଳେ ଯେ ବନରେ ଗାଇ ଓ ବାଛୁରୀ ସହ ଗୋପାଳ ସାଜି ଲୀଳା କରୁଥିବା ସମୟରେ ବ୍ରହ୍ମl, ସମସ୍ତ ଗୋ ଓ ଗୋବତ୍ସାମାନଙ୍କୁ ହରଣ କରିଥିଲେ। ଏହି ସମୟରେ ଏକ ଅଲୌକିକ କାଣ୍ଡ ଘଟିଲା, ଶ୍ରୀକୃଷ୍ଣ ଏଥିରେ ବିଚଳିତ ନହୋଇ, ନିଜ ଶରୀରରୁ ବାରମ୍ବାର ସେମାନଙ୍କୁ (ଗାଇ, ବାଛୁରୀ ) ଜାତ କରାଇ ପୁଣି ବିଲୀନ କରାଉଥିଲେ। ଏହି ଦୃଶ୍ୟ ଦେଖି ବ୍ରହ୍ମl, ଶ୍ରୀକୃଷ୍ଣଙ୍କୁ ସ୍ୱୟଂ ନାରାୟଣ ରୂପେ ଜାଣିପାରିଲେ ଓ ଅତ୍ୟନ୍ତ ଭୟରେ ପ୍ରଣିପାତ କଲେ
“ଦୃଷ୍ଟ ହରିଂ ତତ୍ର ସମାସ୍ଥିତଂ ବିଧିର୍ନ ମାମତଂ ଭକ୍ତିମନା କୃତାଞ୍ଜଳୀ
ସ୍ତୁତିଂ ଚକାରlଶୁ ସ ଦଣ୍ଡବଲ୍ଲଂ ନ ପ୍ରହୁଷ୍ଟରୋମା ଭୁବି ଗଦଗଦାକ୍ଷରଃ ।”(ଗର୍ଗସଂହିତା, ଗର୍ଗମୁନି)
ଏଠାରେ ବ୍ରହ୍ମlଙ୍କ ସହ ସମସ୍ତ ଦେବତା ସମ୍ମିଳିତ ଭାବେ ସୃଷ୍ଟି ଓ ବିଲୟର ଏକମାତ୍ର କର୍ତ୍ତା ପରଂବ୍ରହ୍ମ ଶ୍ରୀକୃଷ୍ଣ ରୂପୀ ଶ୍ରୀଜଗନ୍ନାଥ ବୋଲି ଜ୍ଞାତ ହୋଇ ପରାମସନ୍ତୋଷ ଲାଭ କଲେ। ଏଥର ତତ୍ତ୍ୱକୁ ଆସିବା ତତ୍ୱରେ ନାରା ଅର୍ଥ ଆତ୍ମା ଭାବେ ଗ୍ରହଣ ହୋଇଛି, ଭାଗବତରେ ମଧ୍ୟ ଲେଖାଯାଇଛି ଯେ, ଏକଥା ଅଟଇ ପ୍ରମାଣ, ସକଳ ଆତ୍ମା ନାରାୟଣ, ଯାହାକୁ ଆହୁରି ସୁନ୍ଦର ଭାବରେ “ନାରାୟଣ ସୂକ୍ତ “ରେ ବର୍ଣ୍ଣିତ ହେଲା, ଯଥା “ପତିଂ ବିଶ୍ୱସ୍ୟାଆତ୍ମଈଶ୍ୱରଗଂ ଶାଶ୍ୱତଗଂ ଶିବମ୍ଅଚ୍ୟୁତମ୍, ନାରାୟଣଂ ମହାଜ୍ଞୟେଂ ବିଶ୍ଵାତ୍ମନଂ ପରାୟଣମ୍ ।” ଏଠାରେ ଆତ୍ମ ଭାବର ପ୍ରକାଶ ହୋଇଥିବା ସମୟରେ, ବଳରାମ ଦାସ ନିଜ” ବିରାଟ ଗୀତା “ରେ ଦେହ ଭାବର କଥା ବର୍ଣ୍ଣନା କରିଛନ୍ତି । ଯଥା : ଯେଣୁ ମୁଁ ନର କଳେବର, ନାରାୟଣ ନାମ ମୋହର “. ତେବେ ଏ ନାରାୟଣ ନାମର ଉତ୍ପତ୍ତି ରହସ୍ୟ ଜାଣିବା ଆଗାମୀ ଅଧ୍ୟାୟ ରେ, ବର୍ତ୍ତମାନ ଆରାଧନାର ସମୟ ।
“ସେ ନାରାୟଣ ବର୍ଣ୍ଣ ଚି଼ହ୍ନ
କହି ପାରିବ କେଉଁ ଜନ
ଯା ମାୟା ସଂସାର କାରଣ
ସୃଷ୍ଟି ପାଳନ ସଂହାରଣ
ସ୍ୱୟଂ ଅହେତୁ ଯେ ବୋଲାଇ
ସେ ନାରାୟଣ ଜାଣ ତୁହି”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)