Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଭାଷା ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୮

ଗ୍ରଂଥାଗାରରେ ରହି ବହି
ଥିଲେ ପାଠକ ବାଟ ଚାହିଁ
ବଢ଼େନି ଭାଷାର ମହତ୍ତ୍ବ
ଏହା ତ ନୁହଇ ଅସତ୍ୟ

ପଢ଼ିବା ଇଚ୍ଛା ଗଲେ ସରି
ସାହିତ୍ୟ ହୁଏନି କାହାରି
ଲେଖକ ଆଉ ପ୍ରକାଶକ
ଲେଖି, ବିକି ପାଆଂତି ସୁଖ

ସଂପର୍କ ଯୋଡ଼ିବାର ପାଇଁ
ଯେ ଲେଖେ ବରାଦିଆ ବହି
ତାହାର ଚିହ୍ନାଜଣା ଲୋକ
ହୁଅଂତି ତାହାର ସ୍ତାବକ

ଏପରି ପ୍ରାୟୋଜିତ ଖ୍ୟାତି
ଯୋଗୁଁ ତ ଭାଷାର ଉନ୍ନତି
କେବେ ହେଁ ନୁହଇ ସଂଭବ
ଏ ସତ୍ୟ କରୁଁ ଅନୁଭବ

ବଦଳାଇଲେ ମନୋଭାବ
ସ୍ବଭାଷା ପାଇବ ଗୌରବ

 

Comments are closed.