ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୨
ଭିତରେ ଥାଏ ଜ୍ଞାନ, ବଳ
ବାହାର କଲେ ମିଳେ ଫଳ
ହୋଇଲେ ଅତି ସାବଧାନ
ଅଟକିରହେ କାର୍ଯମାନ
ପ୍ରଥମେ ଯାଉଁ କାମ କରି
ତା’ପରେ ପାରିବା ସୁଧାରି
ମନରେ ଧରିଥିଲେ ଦ୍ବିଧା
କାମରେ ଉପୁଜାଏ ବାଧା
ଅତିଶୁଦ୍ଧତା ଲୋଡ଼ୁଥିଲେ
ପଡ଼ିବା ସଂସ୍କୃତର ପାଲେ
ଭାଷା ହୋଇଲେ ସ୍ବାଭାବିକ
କ୍ରମଶଃ ହୁଅଇ ବ୍ୟାପକ
ବୁଝଂତି ଅପାଠୁଆ ଲୋକ
ହୁଅଂତି ପ୍ରକୃତ ରକ୍ଷକ
ସାମାନ୍ୟ ତ୍ରୁଟି କଲେ କ୍ଷମା
ଭାଷାଟେ ହୁଏ ଅନୁପମା
ଅଯଥା ଜ୍ଞାନ ପ୍ରଦର୍ଶନ
ଯୋଗୁଁ ତ ବିକାଶ ବର୍ଧନ
କେବେ କେଉଁଠି ହୋଇନାହିଁ
ତେବେ ବି ବୁଝୁନୁ କିପାଇଁ ?
କାନକୁ ଶୁଭିଲେ ମଧୁର
ଆଖିକୁ ଦିଶିଲେ ସୁଂଦର
ଭାଷାଟେ ହୁଏ ସର୍ବପ୍ରିୟ
ସହଜେ ଘଟେନି ବିଲୟ
ଲେଖିବା ପାଇଁ ଥିଲେ ଭୟ
ଘଟେ ଭାଷାର ଅବକ୍ଷୟ
ଏବେ ହୋଇଲେ ଜ୍ଞାନୋଦୟ
ମନରୁ ପୋଛିହେବ ଭୟ
Comments are closed.