Latest Odisha News

BREAKING NEWS

ଭାଷା ଭାଗବତ : ପରିବର୍ତନ ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୩

ବର୍ଣ ବିକଳ୍ପ ରୂପେ ବର୍ଣ୍ଣ
କରିଲେ ଅଯଥା ଲିଖନ
ସଂଭବ ନୁହେ ଉଚ୍ଚାରଣ
ତେଣୁ ହିଁ କରିବା ବର୍ଜନ

ସେପରି ର୍କ ର୍ଚ ର୍ଛ ର୍ତ ର୍ଦ ର୍ଧ
ଅଥବା ର୍କ୍କ ର୍ଚ୍ଚ ର୍ଚ୍ଛ ର୍ତ୍ତ ର୍ଦ୍ଦ ର୍ଦ୍ଧ
ଉଭୟ ରୂପ ସର୍ବଶୁଦ୍ଧ
କିଂତୁ ସରଳ ସ୍ପଷ୍ଟ ରୂପ
ଦେଖାଏ ସ୍ବଭାଷା ସ୍ବରୂପ

ପରଂପରାର ଆଳ ନେଇ
ଭାଷାକୁ ଦେଲେ ଅଟକାଇ
ତିଷ୍ଠି ରହିବ ପରଂପରା
ପରମ୍ପରା
ସ୍ବଭାଷା ହେବ ଦରମରା

କଙ୍ଗ୍ରେସ ହୋଇଛି କଂଗ୍ରେସ
ଭାଷା ତ ହୋଇନାହିଁ ନାଶ
ସାଂପ୍ରତିକ ଓ ସାମ୍ପ୍ରତିକ
ଯେଉଁଟି ସଫା, ତାହା ଲେଖ

ବର୍ଣ ତ ଭାଷାର ପୋଷାକ
ବଦଳୁଥାଏ କାଳ ଯାକ
ପରିବର୍ତନ ପ୍ରତି ଭୀତି
କରିଚାଲିଛି ଖୁବ୍‌ କ୍ଷତି

କମିଛି ଭାଷାର ଆଦୃତି
ଏ ନୁହେ ସ୍ବଭାଷା ସଂସ୍କୃତି
ଭାଷା ହୋଇଛି ଲୋକଚ୍ୟୁତ
ସାହିତ୍ୟ ଥାକରେ ସୀମିତ

Comments are closed.