ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬
ସ୍ମୃତି ହେଲାଣି ଧୂମାଚ୍ଛନ୍ନ
ଅସ୍ପଷ୍ଟ ଗତ ଚିତ୍ରମାନ
ଅସ୍ଥିର ହେଉଅଛି ମନ
ସତେ କି ସରିବ ଜୀବନ ?
ହୋଇ ପ୍ରତ୍ୟାଶା ବିବର୍ଜିତ
ରହିଲେ ସଦା କର୍ମରତ
ମିଳୁଛି ନୂଆ ଏକ ସ୍ବାଦ
ଟଳୁଛି ଆସନ୍ନ ବିପଦ
କାଳ ହିଁ କରେ ମୋତେ କ୍ଷୟ
ତେଣୁ ଲାଗୁନି ଆଉ ଭୟ
ହିସାବ ଦେଲିଣି ପାସୋରି
ଯିବି ଏଠାରୁ ଅପସରି
ଯିବା ପାଇଁ ତ ଆସିଥିଲି
ଏ ସତ୍ୟ ପାରିନାହିଁ ଭୁଲି
ଏତିକି ମନେ ଅଛି ବୋଲି
ଯାଇନି ଏଯାଏଁ ଦୋହଲି
ଶବ୍ଦ ସହିତ ଶବ୍ଦ ଯୋଡ଼ି
ଯାହା ବି ଦେଇଛିଁ ସଜାଡ଼ି
ତାହା ହିଁ ମୋର ପରିଚୟ
ତାହା ହିଁ ସ୍ବାଗତ, ବିଦାୟ
ଜାଣେ ମୁଁ ଜୀବନ କ୍ଷଣିକ
ହୋଇନି ଭାଷାର ବଣିକ
ଭାବନା ନିଜସ୍ବ ସଂବଳ
ଯୋଗାଏ ନିରଂତର ବଳ
Comments are closed.