ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୮
ଗୋଟେ ଭାଷାର ଶବ୍ଦାବଳି
ଅନ୍ୟ ଭାଷାରେ ମିଶି, ଚଳି
ଘଟାଂତି ତାହାର ସମୃଦ୍ଧି
ନୁହେ କେ କାହାର ବିରୋଧୀ
ପଦଗଠନ ସୂତ୍ରମାନ
ପ୍ରତ୍ୟେକ ଭାଷା ପାଇଁ ଭିନ୍ନ
ହୋଇଥିବାରୁ ବ୍ୟାକରଣ
ହୁଏନି କେବେ ବି ସମାନ
ଏକ ଭାଷାର ସୂତ୍ର ଧରି
ଅନ୍ୟ ଭାଷାରେ ଦେଲେ ଭରି
ଅଟକିଯାଏ ଅଭିବୃଦ୍ଧି
ସୀମିତ ହୁଏ ତା ପରିଧି
ଭାଷାର ଗୁଣ, ଅବିଗୁଣ
କରିଲେ ସୂକ୍ଷ୍ମ ଅଧ୍ୟୟନ
ସଂଭବ ହୁଏ ବ୍ୟାକରଣ
ନୁହେ ତା ବିଧି କି ବିଧାନ
ବାକ୍ୟର ଗଠନ ନିୟମ
ନୁହଇ ବିନିମୟକ୍ଷମ
ଶବ୍ଦର ନିତ୍ୟ ଦେଣନେଣ
ନୁହଇ ଚିଂତାର କାରଣ
ଗୋଟେ ଭାଷାର ବ୍ୟାକରଣ
ଅନ୍ୟ ଭାଷାରେ ମୂଲ୍ୟହୀନ
ହେଲେ ହେଁ ଭାଷାଜ୍ଞାନୀଗଣ
ସୃଷ୍ଟି କରଂତି ବିଚଳନ
କେତେକ ପରଂପରାବାଦୀ
ସାଜଂତି ନୂତନତା ରୋଧୀ
ବିଲୁପ୍ତ ରୀତି ସହ ଲାଖି
ପାରଂତିନାହିଁ ଭାଷା ଟେକି
ଉଦ୍ଭିଦ, ଉଦ୍ଭିଦ ସମାନ
ହେଲେ ହେଁ ଦ୍ଭ ର ଚଳନ
ନ କରି ଥରେ ବି ବର୍ଜନ
କରଂତି ସ୍ମୃତି ସଂରକ୍ଷଣ
ପରିବର୍ତନ ବିମୁଖତା
ନୁହେ ଭାଷାର ଗୁଣବତ୍ତା
ରକ୍ଷଣଶୀଳ ହେଲେ ବ୍ୟକ୍ତି
ହୁଏ ଭାଷାର ଖୁବ୍ କ୍ଷତି
Comments are closed.