Latest Odisha News

ଭାଷା ଭାଗବତ : ମଣିଷ କଥାକୁହା ଜୀବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୧

ମଣିଷ କଥାକୁହା ଜୀବ
ଭାଷାକୁ କେମିତି ଛାଡ଼ିବ ?
ଭାଷା ପ୍ରକାଶ କରେ ଭାବ
ମଣିଷପଣର ଗୌରବ

ଜନମୁ ମରଣ ପର୍ଯଂତ
ବହୁ ସ୍ତରରେ ବ୍ୟବହୃତ
ହେବାରୁ ଭାଷାର ମହତ୍ତ୍ବ
ହୋଇଛି ସାଦର ସ୍ବୀକୃତ

ତଥ୍ୟ, ସୂଚନା ଆଉ ଜ୍ଞାନ
ଭାଷା ହିଁ କରିଚାଲେ ଦାନ
ତେଣୁ ଏ ଉତ୍ତମ ମାଧ୍ୟମ
କରଇ ଭାଷୀଂକୁ ସକ୍ଷମ

ଭାଷାର ରକ୍ଷଣାବେକ୍ଷଣ
ଆଡ଼କୁ ଦେଉଥିଲେ ଧ୍ୟାନ
ସଂସ୍କୃତି ହୁଏନି ବିପନ୍ନ
ଏ ସତ୍ୟ ବୁଝେ ଜନମନ

ସଂସ୍କୃତି ବଳେ ଆମ ସ୍ଥିତି
କରଇ ଇଚ୍ଛିତ ଉନ୍ନତି
କେବଳ ଲାଭ, ନାହିଁ କ୍ଷତି
ବୁଝଂତୁ ସ୍ବଭାଷୀ ସଂତତି

ବହୁସ୍ତରୀୟ ବ୍ୟବହାର
କରେ ବହୁତ ଉପକାର
ଭାଷାର ଏହି ସବୁ ଗୁଣ
କରେ ବ୍ୟକ୍ତିକୁ ସ୍ବୟଂପୂର୍ଣ

 

Comments are closed.