Latest Odisha News

BREAKING NEWS

ଭାଷା ଭାଗବତ : ତତ୍କାଳ ମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୩

ତତ୍କାଳ ମତ ଦେବା ଯୋଗୁଁ
ବହୁ ଦୁର୍ଦଶା ଆମେ ଭୋଗୁଁ
ଜିଭକୁ ରଖିଲେ ସଂଭାଳି
କଳହ ପଡ଼େ ଶୀଘ୍ର ଟଳି

ତତ୍କାଳ ମତ ଦେଲେ ଲେଖି
ଭାଷାକୁ ପାରିବାନି ଟେକି
ଘଷରା ଶବ୍ଦ ବିନିମୟ
ଘଟାଏ ନିଶ୍ଚେ ଅବକ୍ଷୟ

ପୁନର୍ଲିଖନକାରୀଗଣ
ଭାଷାର ମାନ କରି କ୍ଷୁଣ୍ଣ
ଅର୍ଜିଲେ ଯଶ ଓ ସମ୍ମାନ
ଘଟେନି ସାମାନ୍ୟ ଉତ୍‌ଥାନ

ସର୍ଜନଶୀଳ ହେଲେ ଭାଷା
ଜାଗ୍ରତ କରିଥାଏ ଆଶା
ଭାଷୀଏ ହେଲେ ନିଷ୍ଠାପର
ଭାଷା ହୁଏ ବ୍ୟାପକତର

ପୂର୍ବଲିଖିତ ବାକ୍ୟାବଳି
ପୁନଶ୍ଚ ଲେଖି ଯାଉଁ ଚଳି
ଭାଷୀଂକ ଏପରି ଅଭ୍ୟାସ
କରେ ଭାଷାର ସତ୍ତାନାଶ

ମନକୁ କରି ସୁନିଶ୍ଚିତ
ପ୍ରକାଶ କଲେ ଅଭିମତ
ତହିଁର ମହତ୍ତ୍ବ, ସ୍ଥାୟିତ୍ବ
ହୁଅଇ ସର୍ବତ୍ର ସ୍ବୀକୃତ

 

Leave A Reply

Your email address will not be published.