Latest Odisha News

BREAKING NEWS

ଭାଷା ଭାଗବତ : ହେଲିଣି ଭାଷାମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୫ 

ଯାହାକୁ ଦେଇନି ନିଯୁକ୍ତି
ଅଥବା କରିନାହିଁ ଚୁକ୍ତି
ତାହା ସହିତ କରି ଯୁକ୍ତି
ମନକୁ ଆଣେନି ଅଶାଂତି

ଯାହାଠୁଁ ପାଇନି ନିଯୁକ୍ତି
ବୁଝି ତାହାର ମତି, ଗତି
ନେଇନି କୌଣସି ନିଷ୍ପତ୍ତି
ଏପରି ଅଟେ ମୋ ପ୍ରବୃତ୍ତି

ମୋର ଯେତିକି ବୁଦ୍ଧି, ଶକ୍ତି
ତା ସହ ମିଶାଇ ଆସକ୍ତି
ମୁଁ ଗଢ଼ିଥାଏଁ ଯେଉଁ କୃତି
ତହିଁରୁ ପାଏଁ ତୃପ୍ତି, ଶାଂତି

ମୋହର ଏ ପ୍ରକାର କାର୍ଯ
ହେଉ କି ନ ହେଉ ସ୍ବୀକାର୍ଯ
ତା ନୁହେଁ ଚିଂତାର ବିଷୟ
ମୁଁ ତ ହେଲିଣି ଭାଷାମୟ

ମୁହିଁ ଗଢ଼ୁଛିଁ ଯେତେ ଇଟା
ଯୋଡ଼ି ଲୋକେ ଗଢ଼ିଲେ କୋଠା
ଦେଖି ନିଶ୍ଚେ ପାଇବି ଖୁସି
ଇଟା ଗଢ଼ିବି ବେଶି ବେଶି

 

Comments are closed.