Latest Odisha News

BREAKING NEWS

ଭାଷା ଭାଗବତ : ଲେଖାଲେଖି କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କାହାକୁ ଭଲ ଲାଗେ କ’ଣ
କରେଁନାହିଁ ମୁଁ ଅନୁମାନ
ଯାହା ଭାବେ ମୋ ଚିତ୍ତ, ମନ
ତାହା ହିଁ କରିଛିଁ ଲିଖନ

ହେଉ କି ନ ହେଉ ସାହିତ୍ୟ
ହୁଏନି ଯେଣୁ ମୁଁ ଚିଂତିତ
ନିଜର ଭାବନା ସହିତ
ସର୍ବଦା ରହୁଛିଁ ଜଡ଼ିତ

ନିଜର ଭାବକୁ ଉପେକ୍ଷା
କରିବା ପାଇଁ କେଉଁ ଦୀକ୍ଷା
ଯେହେତୁ କେବେ ନେଇନାହିଁ
ସ୍ବେଚ୍ଛାରେ ଲେଖେଁ ସବୁ ମୁହିଁ

ନୁହେଁ କାହାର ପ୍ରତିନିଧି
କରିନି କାହା ସହ ସଂଧି
ଜଗିଛିଁ ନିଜର ପରିଧି
ଗଢ଼ିନି ନିୟମ କି ବିଧି

ଲୋକଂକ କଥାବାର୍ତା ଶୁଣି
ଭାଷାର ସ୍ଥିତାବସ୍ଥା ଜାଣି
କଥାରୁ ଶବ୍ଦ, ପଦ ବାଛି
ସେ ସବୁ ଲେଖି ରଖୁଅଛିଁ

ଅନ୍ୟ କାହାର ଲେଖା ପଢ଼ି
ତହିଁରୁ କିଛି ପାଠ କାଢ଼ି
ଲେଖିବା ନୁହେ ମୋ ଅଭ୍ୟାସ
ନିଜ ସହିତ କରେଁ ବାସ

ମୁଁ ଜଣେ, ପାଠକ ବି ଜଣେ
ତା ପାଇଁ ପଦ, ଗୀତ ଭଣେ
ଆମର କ୍ଷଣିକ ସଂପର୍କ
ମଧ୍ୟରେ ନାହିଁ ଯୁକ୍ତି, ତର୍କ

ନୁହେଁ ମୁଁ ପ୍ରଥା ସଂରକ୍ଷକ
ଯାହା ବି ଲେଖୁଛିଁ ଯେତକ
ସେତିକି ମୋହର ସାମର୍ଥ୍ୟ
ଲଂଘିବା ଚେଷ୍ଟା ହୁଏ ବ୍ୟର୍ଥ

ଭାଷାଂଶ କରି ବ୍ୟବହାର
ଜଣାଏଁ ଭାବନା, ବିଚାର
ସ୍ବୀକାର ଅବା ଅସ୍ବୀକାର
କରିବା କାମ ପାଠକର

Leave A Reply

Your email address will not be published.