Latest Odisha News

ଭାଷା ଭାଗବତ : ଅଳଂକୃତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଧାର୍ଷ୍ଟ୍ୟ ଶବ୍ଦର ବ୍ୟବହାର
ଯଦି ଶୁଣିନି କାନ ମୋର
ଦେଖିଲେ ହେବି ନିରୁପାୟ
ଆଗକୁ ପଢ଼ିବାକୁ ଭୟ

ମନରେ ହୋଇପାରେ ଜାତ
ମୁଁ ହେବି ପଠନ-ବିରତ
ଏହି ସମସ୍ୟା ବ୍ୟକ୍ତିଗତ
ତେଣୁ ହେବିନି ବିଚଳିତ

ବହିରାଗତ ଶବ୍ଦ ପଶି
ହେଲେ ବି ଶବ୍ଦକୋଷ-ବାସୀ
ଯଦି ହୋଇନି ବ୍ୟବହାର
ଦୁର୍ବୋଧ୍ୟ ହୁଏ ଅର୍ଥ ତା’ର

ଏପରି ଶବ୍ଦାବଳି ଖଂଜି
ଲେଖିବା ପାଇଁ ଯିଏ ରାଜି
ଖୋଜଂତୁ ସାହିତ୍ଯ ପାଠକ
ମୁଁ କେବେ ହେବିନି ବାଧକ

ହେବା ସକାଶେ ଚମତ୍କୃତ
ନୁହେଁ ମୁଁ ସ୍ବଭାଷା ଜଡ଼ିତ
ଯେତେ ବେଶି ସଂଭବ ଲୋକ
ଦେଖଂତୁ ଏଠି ଜ୍ଞାନାଲୋକ

ଏହି ଉଦ୍ଦେଶ୍ଯ ମନେ ରଖି
ଯେଣୁ କରୁଛିଁ ଲେଖାଲେଖି
ମୋ ଲେଖା ନୁହେ ଅଳଂକୃତ
ସିଧା ସରଳ ପରିଚିତ

ବ୍ୟକ୍ତିତ୍ବ ସଚେତନ କବି
ପାରେନି ଲୋକ ବ୍ୟଥା ଭାବି
ଦେଖାଇ ନିଜ ପ୍ରତିପତ୍ତି
କରେ ଭାଷାର ବହୁ କ୍ଷତି

ବିରୋଧ ଅବା ସମର୍ଥନ
ନ କରି, ହୁଏଁ ଉଦାସୀନ
ଯାହାର ଯେଉଁ ପରି ମନ
କରଂତୁ ପଠନ ଲିଖନ

Comments are closed.