2ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏକାକୀ ପ୍ରତି ବିଶ୍ବବାସୀ
ହୋଇପାରିଲେ ଆପେ ଖୁସି
ହୋଇବ ବହୁ ଉପକାର
ଆଶଂକା ହୋଇଯିବ ଦୂର
ଅନାବଶ୍ୟକ ମିଳାମିଶା
ଯୋଗୁଁ ହୋଇଛି ଯେଉଁ ଦଶା
ତହିଁରୁ ପାରିଲେ ମୁକୁଳି
ସର୍ବେ ପାରଂତେ ସୁଖେ ଚଳି
ମଣିଷ ବହୁ ବୁଝାମଣା
କରି ହେବାରୁ ବାଟବଣା
ଭୋଗୁଛି କେବଳ ଯଂତ୍ରଣା
ଏହା ତ ସମସ୍ତଂକୁ ଜଣା
ବ୍ୟକ୍ତିତ୍ବ କରିଲେ ବିନାଶ
ହୁଏନି ବିଶ୍ବର ବିକାଶ
ଏହି ସତ୍ୟକୁ ମନେ ରଖି
ନୂଆଁ ଢଂଗରେ ଚଳିବା କି ?
ଯାହା ବି ସମୟୋପଯୋଗୀ
ହେଲେ ତହିଁରେ ସହଭାଗୀ
ହୁଏନି କାହାର ବି କ୍ଷତି,
ଅଧଃପତନ, ଅଧୋଗତି
ଲୋଡ଼ିଲେ ବାହ୍ୟ ସମର୍ଥନ
ବିପନ୍ନ ହୁଏ ଅଂତର୍ମନ
ତେଣୁ ତ ଏକାକୀ ଜୀବନ
ହୁଏ କୃତିତ୍ୱ ପରିପୂର୍ଣ
ଭାଷାକୁ କଲେ ସତ୍ୟାସୀନ
ବଦଳିପାରେ ଲୋକମନ
ପ୍ରତ୍ୟେକେ ଜଗି ନିଜ ସ୍ଥାନ
କରିପାରଂତି ଉନ୍ନୟନ
ଅଯଥା ସ୍ବଜନ ସଂସର୍ଗ
ଯୋଗୁଁ ହେଲେ ହେଁ ଗୋଷ୍ଠୀ, ବର୍ଗ
ତହିଁର ରୁଗ୍ଣ ବିନିଯୋଗ
ବ୍ୟାପକ କରେ ବହୁ ରୋଗ
Comments are closed.