ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶିଖିଲେ ଅନ୍ୟକୁ ଶିଖାଉଁ
ଦେଖିଲେ ଅନ୍ୟକୁ ଦେଖାଉଁ
ପଢ଼ିଲେ ଅନ୍ୟକୁ ପଢ଼ାଉଁ
ଏମିତି ସ୍ବଭାଷା ବଢ଼ାଉଁ
ଆମର ନିର୍ଲଜ୍ଜ ଆଳସ୍ୟ
ଯୋଗୁଁ ହେଉଛୁଁ ଉପହାସ୍ୟ
ତେବେ ବି ଉଠୁନାହୁଁ ଚେଇଁ
ନିଦରେ ଶୋଇଛୁଁ କିପାଇଁ ?
ବାସ୍ତବ ସ୍ଥିତି ଅନୁଭବ
ନ ଥାଇ ଦେଖାଉଁ ଗୌରବ
ତାହା ତ ଅତୀତର କୀର୍ତି
ଆମେ କାହିଁକି ଲୋଡ଼ୁଁ ଖ୍ୟାତି ?
ଭାଷା ଉପରେ ରଖି ଆସ୍ଥା
ବୁଝିଲେ ଲୋକଂକ ଅବସ୍ଥା
ମୁକୁଳାଇଲେ ମନ କଥା
ବଦଳିଯିବ ଦୁରବସ୍ଥା
ସହଜସାଧ୍ୟ ଏ ଉପାୟ
ନ କରି ଆମେ ନିରୁପାୟ
ଅଯଥା କାଳ କରୁଁ ବ୍ୟୟ
ଘଟାଉଁ ଭାଷା ଅବକ୍ଷୟ
Comments are closed.