Latest Odisha News

ଭାଷା ଭାଗବତ : ସମାଜଚ୍ୟୁତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଜନମ ଜୀବନ ମରଣ
ସକଳ ଚିଂତାର କାରଣ
ଘଟନା ପୂରିତ ସଂସାର
ସବୁକିଛିର ସମାହାର

କେ କାହା ଆଦର ଭାଜନ
ନ ହେଲେ ପ୍ରଜା ଓ ରାଜନ
ମଧ୍ୟରେ ମତ ବିଭାଜନ
ହୁଅଇ ବିନାଶ କାରଣ

ବିଭିନ୍ନ ରୁଚି ଆଉ ମତ
ଲୋକଂକୁ କରେ ବିଚଳିତ
କିଂତୁ ଏହା ହିଁ ଯେଣୁ ସତ
ସଂସାରେ ହୁଅଇ ସ୍ବୀକୃତ

କେବଳ ଆତ୍ମୀୟ ସ୍ବଜନ
ନୁହଂତି ସମାଜ ସମାନ
ଭାଷା ହେଲେ ସମାଜଚ୍ୟୁତ
କ୍ରମଶଃ ହୁଏ ଅବଲୁପ୍ତ

 

Comments are closed.