Latest Odisha News

ଭାଷା ଭାଗବତ : କେହି ନୁହେ ସାହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନାହିଁ କ୍ରିୟା କି ପ୍ରତିକ୍ରିୟା
ଲୋଡ଼ୁଛୁଁ ଅନୁଗ୍ରହ, ଦୟା
ସର୍ବଦା ଦୁଇ ହାତ ଯୋଡ଼ି
ବହୁ କାମ ରହିଛି ପଡ଼ି

ଦେବାଳୟରେ ଲଂବା ଧାଡ଼ି
କ୍ଷେତରେ ପଡ଼ିଛି ମରୁଡ଼ି
ହାତ ଓ ଗୋଡ଼ ଭିଡ଼ି ମୋଡ଼ି
ଭୋକରେ ଛାଡ଼ୁଥାଉଁ ରଡ଼ି

ଆମର ଏପରି ସ୍ବଭାବ
ଯୋଗୁଁ ହିଁ ନାନାଦି ଅଭାବ
ହୋଇଗଲାଣି ଦେହସୁହା
କାହାକୁ କେହି ନୋହୁଁ ସାହା

‘ ଆପଣା କର୍ତବ୍ୟ ପାସୋରି
ସ୍ବଭାଷା ହୁଏନାହିଁ ଧରି ‘
ହେଲେ ହେଁ ଜଣାଶୁଣା କଥା
ବୁଝିପାରୁନୁ ନିଜ ବ୍ୟଥା

ଦେବାଶୀର୍ବାଦ ପାଇ ଭାଷା
ଚଳିବ ଭାବି କଲେ ଆଶା
ଆହୁରି ବଢ଼ିବ ଦୁର୍ଦଶା
ସଭିଏଁ ହେବା ଲୋକହସା

Comments are closed.