Latest Odisha News

ଭାଷା ଭାଗବତ : ପ୍ରଥାକୁ ରଖଂତି ଚଳାଇ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବ୍ୟକ୍ତିଠାରୁ ବକ୍ତବ୍ୟ ବଡ଼
ଭାବି ନିଜ ଭାଷାକୁ ଗଢ଼
ଭାବ, ଜ୍ଞାନ ହେଲେ ସୁଲଭ
କମିବ ବ୍ୟକ୍ତିର ପ୍ରଭାବ

ଏବେ ତ ବ୍ୟକ୍ତି ପୂଜା ଧାରା
ବହୁଛି ଏହି ରାଜ୍ୟ ସାରା
ଚାଲିଛି ବ୍ୟକ୍ତିଂକ ବଂଦନା
ଭାଷା ମହତ୍ତ୍ବ ହୁଏ ଊଣା

ଲୋକଂକୁ ଥିଲେ ସୁଦ୍ଧା ଜଣା
କେହି କରଂତିନାହିଁ ମନା
ହୁଏ ଅନେକ ସ୍ମୃତି-ସଭା
ମଂଚସଜ୍ଜା ହିଁ ମନଲୋଭା

ବକ୍ତବ୍ୟ ଏକ ପ୍ରକାରର
ବକ୍ତା ଉଚ୍ଚାରି ବାରଂବାର
କରଂତି କଥିତ କଥନ
ବଢ଼େନି ସାହିତ୍ୟର ମାନ

ଆଉ କେତେ ଏପରି କଥା
ଶୁଣିବ ଶ୍ରୋତା କାନ, ମଥା
ତାହା କାହାକୁ ଜଣାନାହିଁ
ପ୍ରଥାକୁ ରଖଂତି ଚଳାଇ

ପ୍ରଥା ମୁଖ୍ୟ ଓ କଥା ଗୌଣ
ହେଲେ ସ୍ବଭାଷାର ଉତ୍‌ଥାନ
କିପରି ହୋଇବ ସଂଭବ ?
ଏହି ପ୍ରଶ୍ନଟି ଏବେ ଭାବ

Comments are closed.