Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟାଂଶ ଆପେ ଭୟଂକର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସତ୍ୟାଂଶ ହେଲେ ସୁଦ୍ଧା ଲେଖା
ପୂର୍ଣସତ୍ୟ ଦିଏନି ଦେଖା
ସତ୍ୟକୁ ରଖିଲେ ଆବୃତ
ହୁଏନି ପୂରା ପ୍ରକଟିତ

ମିଥ୍ୟାଠାରୁ ବି ଭୟଂକର
ଅର୍ଧସତ୍ୟର ଏ ସଂସାର
ଚଳୁଛି ଭାଷାର ଚାତୁରୀ
ସତ୍ୟ ଯାଉଛି ସ୍ବତଃ ହାରି

ଯାହା ମନରେ ଥାଏ ଭୟ
ସେ ହୁଏନାହିଁ ସତ୍ୟପ୍ରିୟ
ପ୍ରକାଶି ସତ୍ୟାଂଶ ବଚନ
ସତ୍ୟକୁ କରେ ହୀନମାନ

କାଳେ ହୋଇଲେ ସତ୍ୟ ଜ୍ଞାତ
ଥାଏ ଯେ ସତ୍ୟର ସହିତ
ନିର୍ଭୟ ଭାବେ କର୍ମରତ
ହୋଇ ସେ କରେ ସର୍ବହିତ

ସତ୍ୟକୁ ରଖିଲେ ଲୁଚାଇ
ଭାଷାକୁ ହୁଏନି ବଂଚାଇ
ସତ୍ୟ ହୋଇଲେ ବ୍ୟାଧିଗ୍ରସ୍ତ
ଭାଷାଟେ ଆପେ ହୁଏ ମୃତ

ଏଠି ଏବେ ତ ବର୍ତମାନ
ତା ପ୍ରତି ଦେଲେ ଟିକେ ଧ୍ୟାନ
ଭାଷାକୁ ମିଳିବ ଜୀବନ
ସଂତୁଷ୍ଟ ହେବେ ଜନଗଣ

 

Comments are closed.