ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କର୍ମ ସାଧନା କରି କୃତି
ଛାଡ଼ିଯାଏ କର୍ମିଷ୍ଠ ବ୍ୟକ୍ତି
ତାହା ହିଁ ଦେଇପାରେ ତୃପ୍ତି
ସହିତ ସମୂହ ସ୍ବୀକୃତି
ବୋଧ ନ ଥିଲେ ପ୍ରାପ୍ତ ଜ୍ଞାନ
କେବଳ ସ୍ମୃତି ସଂକଳନ
ମନେ ରଖୁଁ ଓ ଭୁଲିଯାଉଁ
ବୋଧ ସଂଭାଳି ଜିଇଁଥାଉଁ
ହୃଦ୍ବୋଧ ହୁଏ ଯେଉଁ ଜ୍ଞାନ
ତାହାର ବିକଳ୍ପ ସଂଧାନ
କଲେ ସଂକଳ୍ପ ହୁଏ ନଷ୍ଟ
ମନରେ ଜାତ ହୁଏ କଷ୍ଟ
ସଂକଳ୍ପଚ୍ୟୁତ ପରିଶ୍ରମ
ମନରେ ଭରିଦିଏ ଭ୍ରମ
ହେଲେ ତହିଁର ବଶବର୍ତୀ
ଜ୍ଞାନର ହୋଇଥାଏ କ୍ଷତି
ଜ୍ଞାନ କ୍ଷେତ୍ରରେ ଅବାଂତର
ବିବାଦ ଚାଲେ ନିରଂତର
ତହିଁର କ୍ରୂର ପରିଣତି
ଯୋଗୁଁ ହୁଏ ବୋଧର କ୍ଷତି
ନ ହେଲେ ଜ୍ଞାନ ବୋଧ ଥୟ
ଘଟେ ଜ୍ଞାନର ଅବକ୍ଷୟ
ଅସଂତୁଳିତ ମନ ନେଇ
ବ୍ୟକ୍ତିଟେ ରହିପାରେ ଜିଇଁ
କିଂତୁ ସେ ଜୀବନର ମୂଲ୍ୟ
ହୁଏନି କେବେ ବି ଅତୁଲ୍ୟ
ବ୍ୟକ୍ତିର ଅନନ୍ୟତା ଗୁଣ
ଅଯଥା ହୁଅଇ ନିଶ୍ଚିହ୍ନ
Comments are closed.