Latest Odisha News

ଭାଷା ଭାଗବତ : ନିଜର ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଏଠାରେ ଏବେ ପ୍ରତିଦିନ
ଦେବାକୁ ନିଜର ଲିଖନ
ଜଣାଇଲେ ବି ବାରଂବାର
ଦୃଷ୍ଟି ତ ପଡ଼ୁନି କାହାର !

ଉଦ୍ଧୃତିପୂର୍ଣ ହେଲେ ଭାଷା
ମଉଳିଯାଏ ସବୁ ଆଶା
ପୂର୍ବଲିଖିତ ଲେଖାବଳି
ପୁନଶ୍ଚ ଲେଖି, ଯାଉଁ ଚଳି

ଅନୁଭୂତି ଆଶ୍ରିତ ସ୍ମୃତି
ନିର୍ଭର ହେଲେ ଭାଷା କୃତି
ଘଟାଇ ପାରିବ ଉନ୍ନତି
ଏଆଡ଼େ ଆସୁ ଏବେ ମତି

ନିଜର ଅଂଗେନିଭା ସତ
ହୋଇଲେ କଥିତ, ଲିଖିତ
ସାହିତ୍ୟ ହୁଏ ଲୋକାଦୃତ
ଏହା ହୋଇଛି ପ୍ରମାଣିତ

ତେବେ ବି ମନେ ଧରି କୁଂଠା
ନ କଲେ କେହି ଏବେ ଚେଷ୍ଟା
ଭାଷାର ଆଗାମୀ ଗୌରବ
ଲଭିବ ଦ୍ରୁତ ପରାଭବ

ସର୍ବଦା ନିଜର ଲିଖନ
ରଖିବା ଏଠି ପ୍ରତିଦିନ
ପୂର୍ବରଚିତ ଉଦ୍ଧରଣ
ନ କରୁଁ ପୁନଶ୍ଚ ଲିଖନ

ଅନୁଭୂତିରୁ ଜାତ ଜ୍ଞାନ
ପାଉ ନିଜ ମନରେ ସ୍ଥାନ
ତାହାର ନିତ୍ୟ ବିତରଣ
ଘଟାଇ ପାରେ ଉନ୍ନୟନ

 

Comments are closed.