Latest Odisha News

BREAKING NEWS

ଭାଷା ଭାଗବତ : କାହିଁକି ? ପ୍ରଶ୍ନର ଉତ୍ତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଖି ଥି ଧି…. ତଳ ଚିହ୍ନ ଇ-କାର
ସଭିଏଁ କରଂତି ସ୍ବୀକାର
ତ୍କ ତ୍ନ ତ୍ପ ତ୍ମ ତ୍ସ ତଳେ ସମଚିହ୍ନ
କାହିଁକି ନୁହଂତି ଇ-କାର ?

‘ କାହିଁକି ? ‘ ପ୍ରଶ୍ନର ଉତ୍ତର
କାହାକୁ କେବେ ନ ପଚାର
କେହି ବି କେବେ ଦେବେନାହିଁ
ସର୍ବେ ରହିବେ ଚୁପ୍‌ ହୋଇ

ଯାହାଂକୁ ପଚାରିଲେ ପ୍ରଶ୍ନ
ଥିଲେ ବି ଖୁବ୍‌ ଲିପି ଜ୍ଞାନ
ସର୍ବଦା ରହଂତି ମଉନ
ଏମିତି ବିତେ ଆମ ଦିନ

କିଛି ନ ବୁଝି, ସବୁ ମାନି
କେହି କି ହୁଏ ଶୁଦ୍ଧ ଜ୍ଞାନୀ
ତିଷ୍ଠି ଥିଲେ ହେଁ ପରଂପରା
ଏବେ ସ୍ବଭାଷା ଅଧାମରା

ଏହା ତ ସଫା ଦୃଶ୍ଯମାନ
ବଦଳୁନାହିଁ ଜନମନ

Leave A Reply

Your email address will not be published.