ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭୁଲ୍ କରିଲେ ମାଗୁଁ କ୍ଷମା
କେବେ ବି ଖୋଜୁଁନାହୁଁ ଜମା
ସେଭଳି ଭୁଲ୍ର କାରଣ
ଏହା ହିଁ ବଡ଼ ଭୁଲ୍, ଜାଣ
ତେଣୁ ତା କରୁଁ ବାରଂବାର
ମିଳେନି ତା’ର ପ୍ରତିକାର
ଭୁଲ୍ କରି ରହିଲେ ବଂଚି
ସୁକର୍ମ ହୁଏନାହିଁ ସଂଚି
ନିଜକୁ ଦେଲେ ସିନା ଗାଳି
ପାରିବା ଠିକ୍ ବାଟେ ଚାଲି
ଏତିକି ବୁଝେ ଯେଉଁ ଜନ
ଭୁଲ୍ କରେନି ପ୍ରତି ଦିନ
ନ କଲେ ଆତ୍ମସଂଶୋଧନ
ନିଷ୍ଫଳ ମନୁଷ୍ୟ ଜୀବନ
ଭାଷା ହେଉ କି ଆଚରଣ
କରିବା ଭୁଲ୍ ସଂଶୋଧନ
ନ ଥିଲେ ତ୍ରୁଟି ବା ବିଚ୍ୟୁତି
ଭାଷାକୁ ମିଳେ ଦ୍ରୁତ ଗତି
ତାହା ହିଁ ପ୍ରକୃତ ଉନ୍ନତି
ସମୃଦ୍ଧି ସଂପନ୍ନ ସଂସ୍କୃତି
Comments are closed.