Latest Odisha News

BREAKING NEWS

ଜାଲ୍ ନୋଟ୍ କାରବାର : ଯୋଜନାବଦ୍ଧ ଭାବେ ବାନ୍ଧିଲା ଏସଟିଏଫ୍

ଢେଙ୍କାନାଳ : ଜାଲ ନୋଟ୍ କାରବାର କରିବା ଅଭିଯୋଗରେ ଏସଟିଏଫ୍ ଢେଙ୍କାନାଳରୁ ଜଣକୁ ଗିରଫ କରିଛି । ବିଶେଷ ସୂଚନା ପାଇ ଏସଟିଏଫ୍ ଓ ପୋଲିସ ପ୍ରଥମେ ଯୋଜନା କରିଥିଲେ । ଗତକାଲି ସନ୍ଧ୍ୟାରେ ଚଢାଉ କରି ରଥପଡାଠା ଗାଁରୁ ତୁଷାର କୁମାର ବିଶ୍ୱାଳ ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଛି । ତାଙ୍କ ଘର ଦେଓଗଡରେ ।

ତାଙ୍କ ଘରେ ଖାନତଲାସି କରିବା ପରେ ୧ଲକ୍ଷ ୯୦ ହଜାର ୬୦୦ ଟଙ୍କାର ଜାଲ ନୋଟ୍ ବାହାରିଥିଲା । ଢେଙ୍କାନାଳ ସଦର ପୋଲିସ ଷ୍ଟେସନରେ ତାଙ୍କ ନାଁରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.