Latest Odisha News

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୨ 

ଯାହାଂକୁ ଯେତେ ଭାଷା ଜଣା
ସ୍ବଭାଷା ରୂପେ ହେଲେ ଗଣା
ରହିବନାହିଁ କଟକଣା
ଫୁଟିବ ମନର ଭାବନା

ଭାବନା ଯାତ୍ରୀ, ଭାଷା ଯାନ
ଅନନ୍ୟ ମନୁଷ୍ୟ ଜୀବନ
କରିବା ଯାତ୍ରାର ବର୍ଣନ
ଯାନର ରକ୍ଷଣାବେକ୍ଷଣ

ଭାଷା ଓ ଭାଷା ମଧ୍ୟେ କଳି
ଚଳିଲେ ଭାବ ପଡ଼େ ଟଳି
ପ୍ରୟୋଗାଶ୍ରୟୀ ପ୍ରତି ଭାଷା
ବଢ଼ାଏ ବିଶ୍ବାସ ଭରସା

ସର୍ବଭାଷାରେ ସମଭାବ
ପୋଷିଲେ ବଢ଼ିବ ଗୌରବ

 

Comments are closed.