Latest Odisha News

ଭାଷା ଭାଗବତ : ସରଳତର ଲିପି ଲେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୩

କର୍ତ୍ତୃତ୍ବ, ଆର୍ଦ୍ଦ୍ର, ଊର୍ଦ୍ଧ୍ୱ ଲେଖା
ଯେଉଁ ଦିନରୁ ଦେଲା ଦେଖା
ଆମର ବର୍ଣାବଳି ଶିକ୍ଷା
କେହି ବି କଲେନି ସମୀକ୍ଷା

ଶିକ୍ଷାର ବିଫଳତା ବୁଝି
ବଡ଼ମାନେ ନ ହେଲେ ରାଜି
କିଛି ବି ଯାଏନି ବଦଳି
ପ୍ରଥା ଓ ରୀତି ଥାଏ ଚଳି

କ୍ରମଶଃ କମିଲେ ଆଗ୍ରହ
ସ୍ଥିତି ହୋଇଲେ ଭୟାବହ
ମିଳଂତିନାହିଁ ସୁଶିକ୍ଷକ
ଭାଷାଟି ନ ହୁଏ ବ୍ୟାପକ

ଆଜି ନ ହେଲେ, କେଉଁ ଦିନ
ସ୍ବଭାଷା ହେବ ଯଂତ୍ରାଧୀନ
ଅସଂଖ୍ୟ ସ୍ବଭାଷୀ ସଂତାନ
ନ ଥିବେ ଲିଖନେ ନିପୁଣ

କେଉଁ ଦେଶରୁ ଆସି ଲୋକ
ରଖିବେ ଏ ଭାଷାର ଟେକ ?
ଥରେ ସଭିଏଁ ଭାବି ଦେଖୁଁ
ସରଳତର ଲିପି ଲେଖୁଁ

କର୍ତୃତ୍ୱ, ଆର୍ଦ୍ର, ଊର୍ଧ୍ବ ଲେଖୁଁ
ସରଳତର ରୂପ ଦେଖୁଁ
ଉଭୟ ଯେଣୁ ସମାର୍ଥକ
ଜାଣଂତୁ ଏ ଭାଷାର ଲୋକ

Comments are closed.