Latest Odisha News

ଭାଷା ଭାଗବତ : ଲୋକଭାଷାରେ ଲେଖାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବିକଳ୍ପ ସୁବିଧାଜନକ
ହେଲେ ହେଁ ଏଠି ବହୁ ଲୋକ
ହୁଅଂତି ପ୍ରଥାର ସ୍ତାବକ
ଦିଶେନି ନୂଆ ଜ୍ଞାନାଲୋକ

ପରିବର୍ତନ ପ୍ରତି ଭୀତି
ଥିବାରୁ ସୁପ୍ରାଚୀନ ଜାତି
କରିପାରୁନି ଅଗ୍ରଗତି
ସହୁଛି ବହୁବିଧ କ୍ଷତି

ବିଶ୍ବ ଆଡ଼େ ବୁଲାଇ ଆଖି
ନୂଆ, ପୁରୁଣା ସବୁ ଦେଖି
କରିଲେ ଥରଟେ ତୁଳନା
ପଡ଼ିବ ସବୁ କିଛି ଜଣା

କୌଶଳ କରିଲେ ପ୍ରୟୋଗ
ମିଳଇ ଅନେକ ସୁଯୋଗ
ବଦଳାଇଲେ କାର୍ଯଧାରା
ଲୋପ ପାଏନି ପରଂପରା

ଆମର ଭାଷା ପ୍ରଥାଧୀନ
ହେବାରୁ ଘଟୁନି ଉତ୍‌ଥାନ
ବଦଳାଇଲେ ମନୋଭାବ
ସବୁ କିଛି ସଂଭବ ହେବ

ରକ୍ଷୀଂକୁ ଦେଲେ ଖଂଡା, ଗଦା
ହେବ କି କେଉଁ ଅସୁବିଧା ?
ଭାବି, ବିଚାରି ବହୁ ଥର
କରିବା ତହିଁର ପ୍ରଚାର

ତିଆରି କଲେ ସୁଦ୍ଧା ଢେଂକି
କେ ଧାନ କୁଟି ପାରିବ କି ?
ପହିଲେ ପଚାରୁଁ ଏ ପ୍ରଶ୍ନ
ତା’ପରେ କରୁଁ ପ୍ରଚଳନ

ଭାଷାରେ ଶବ୍ଦ ଆଡ଼ଂବର
ଭାବକୁ କରେ ନାରଖାର
ଭାଷା ହୋଇଲେ ସଫା, ସିଧା
ରହେନି ଆଉ ବେଶି ବାଧା

ଲୋକଭାଷାରେ ଲେଖାବଳି
ସାହିତ୍ୟ ରୂପେ ପାରେ ଚଳି
ଥିଲେ ହେଁ ଅନେକ ପ୍ରମାଣ
ଆମେ ଦେଉନୁ ବେଶି ଧ୍ୟାନ

Comments are closed.