Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ବାୟୁ କୋଣରେ ଅବସ୍ଥିତ ମହାଲଷ୍ମୀଙ୍କ ମନ୍ଦିର ବିଷୟରେ ଆଲୋଚନା ଜାରି ରହିଛି। ସେହି ପ୍ରସଙ୍ଗରେ ଆଜି ଜାଣିବା, ଦୈନିକ ପୂଜାନୀତି ଓ ବିଶେଷ ରୀତି ନୀତି । ଶ୍ରୀମନ୍ଦିର ସତ୍ୱ ଲିପି ଅନୁସାରେ ବିଭିନ୍ନ ସେବକମାନଙ୍କୁ ପାଳି ଅନୁଯାୟୀ ସେବା ପୂଜାର ଅଧିକାର ଦିଆଯାଇଛି, ଏହି ପାଳିଆ ସେବକମାନେ ଅନ୍ୟାନ୍ୟ ସମସ୍ତ ସେବା କରୁଥିବା ବେଳେ, ପୂଜାପଣ୍ଡା କେବଳ ଭୋଗ ଲଗାଇଥାନ୍ତି। ମନ୍ଦିର ପ୍ରଶାସନ ତରଫରୁ ଖଇ, ଦହି, କୋରା, ବିଡ଼ିଆ
କର୍ପୁର, ପଇଡ଼ ଓ ଅନାନ୍ୟ ଭୋଗ ଯୋଗାଇ ଦିଆଯାଏ। ସେବକମାନେ ନିଜ ତରଫରୁ ବଳିତା, କର୍ପୁର, ଚୁଆ ଚନ୍ଦନ, ଫୁଲ ସିନ୍ଦୁର ଓ ଫୁଲରୀ ଆଣି ସେବା କରିଥାନ୍ତି। ପାଳିଆ ସେବକ ଭୋରରୁ “ମଣିମା “ଡାକ ଦେଇ ମା ଲଷ୍ମୀଙ୍କ ଭିତର ଦ୍ୱାର ଫିଟlନ୍ତି ଓ ପରେ କର୍ପୁର ଆଳତି, ବଳିତା ଆଳତି ଦ୍ୱାରା ମଙ୍ଗଳ ଆଳତି ଶେଷ କରନ୍ତି, ତାପରେ ମଇଲମ, ମlଜଣା, ଓ ବେଶ ଅନୁଷ୍ଠିତ ହୁଏ। ସେପଟେ ଶ୍ରୀଜଗନ୍ନାଥଙ୍କ ବଲ୍ଳଭ ଭୋଗ ଶେଷ ହେବା ପରେ, ମା’ଙ୍କ ପାଖରେ ବଲ୍ଳଭ ଭୋଗ ବଢେ। ସେହିପରି ଶ୍ରୀଜଗନ୍ନାଥଙ୍କ ପ୍ରତେକ ଭୋଗ ସରିବା ପରେ, ମା ଲଷ୍ମୀ ଙ୍କ କ୍ରମ ଅନୁସାରେ ସକାଳ ଭୋଗ, ଦ୍ବିପ୍ରହର ଭୋଗ ଓ ସନ୍ଧ୍ୟା ଧୂପ ହୋଇଥାଏ, ଅର୍ଥାତ ଶ୍ରୀଜଗନ୍ନାଥ ଗୋଟିଏ ଧୂପ ସରିଲେ, ମା’ଙ୍କର ସେହି ଧୂପଟି ହୁଏ। ଶେଷରେ ମା’ଙ୍କ ବଡ଼ ସିଂହାର ବେଶ ମଧ୍ୟ ହୋଇଥାଏ । ଏହି ସମୟରେ ବିଡ଼ିଆ, ପଇଡ଼ ଲାଗି ପରେ ମା’ଙ୍କ ରତ୍ନ ପଲଙ୍କ ବେଢା ମଧ୍ୟକୁ ନିଆଯାଏ ଓ ଶୟନ ନୀତି ପାଳିତ ହୁଏ। ମା ଲଷ୍ମୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଭୋଗ ପ୍ରସ୍ତୁତ ହୁଏ । ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ନିଜସ୍ୱ ରୋଷ ଘର ନଥିବା ବେଳେ ମାଙ୍କ ପାଇଁ ସ୍ୱତନ୍ତ୍ର ରୋଷ ଘର ଅଛି। ପ୍ରତିଦିନ ଦ୍ବିପ୍ରହର ଧୂପ ଶେଷ ପରେ ଲଷ୍ମୀ ମନ୍ଦିର ବାହାର ଦେଉଳି ରୋଷରେ ପ୍ରସ୍ତୁତ ଭୋଗ ଅଣାଯାଇ ପୂଜାପଣ୍ଡାଙ୍କ ଦ୍ୱାରା ଭୋଗ କରାଯାଏ ।

ଏହି ସ୍ୱତନ୍ତ୍ର ଭୋଗର ତାଲିକା ଓ ପାର୍ବଣ ନୀତି କଥା ଜାଣିବା ଆଉ ଏକ ଅଧ୍ୟlୟରେ, ବର୍ତ୍ତମାନ ଆରାଧନା ଯା ସା ପଦ୍ମାସନସ୍ଥା ବିପୁଳକଟୀ ତଟୀ ପଦ୍ମ ପତ୍ରାୟତାକ୍ଷା, ଗମ୍ଭୀରାବର୍ତ୍ତନାଭି ସ୍ତନଭରଣଯୁତା ଶୁକ୍ଲାବସ୍ତ୍ରୋତ୍ତରୀୟା ଦେବୀ ଦିବୈବଗଜେ6ନ୍ଦ୍ର ମଣିମୟଖସିଚୈତଃ ସ୍ନାପିତା ହେମ କୁମ୍ଭେ, ନିତ୍ୟା ସା ପଦ୍ମହସ୍ତା ବସତୁ ମମ ଗୃହେ ସର୍ବସୌଭାଗ୍ୟକାମ ।” (ଶ୍ରୀସୁକ୍ତ -ରୁଷ୍ୟାଦିନ୍ୟାସ )

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.