ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୋ ସାଂଗେ ବିତାଇ ସମୟ
ଯାହା ମନରୁ ହଟେ ଭୟ
ହୋଇପାରେ ସେ ହାସ୍ୟମୁଖ
ବାସ୍ତବ ଆନଂଦିତ ଲୋକ
ତାହା ଆନଂଦ ମୁହିଁ ଦେଖି
ନିଜେ ବି ହୁଏଁ ଖୁବ୍ ସୁଖୀ
ଏମିତି ବିତିଗଲେ କାଳ
ଦୁହିଂକୁ ଲାଗେ ଖୁବ୍ ଭଲ
ନ କରି ବେଶି ଯୁକ୍ତି ତର୍କ
ସଂଭାଳି ରଖିଛୁଁ ସଂପର୍କ
କେ ନୋହୁଁ କାହାର ସ୍ତାବକ
ତେବେ କେହି ନୋହୁଁ ମୂକ
ମନ କଥାକୁ ଖୋଲାଖୋଲି
ପ୍ରକାଶ କରୁଥାଉଁ ବୋଲି
ଉଭୟେ ହେଉଛୁଁ ଉଶ୍ବାସ
କେହି ନୋହୁଁ କାହାର ଦାସ
ଯାହାକୁ ଯେତେ ଥାଏ ଜଣା
ସେତେ କହିବା ପାଇଁ ମନା
କେବେ ବି ଆମେ କରିନାହୁଁ
ନିଜର ରୁଚି ଧରି ଜିଉଁ
ଆମର ଏହି ବୁଝାମଣା
ଯୋଗୁଁ ଆମ ସଦ୍ଭାବ ଊଣା
ଏଯାଏଁ କେବେ ହୋଇନାହିଁ
ସଂପର୍କ ଭାଂଗିବୁ କିପାଇଁ ?
ସଂପର୍କ ଯେଣୁ ଗୋଟେ ଚାରା
ଲୋଡ଼ା ସାର ଓ ଜଳ ଧାରା
ଯୋଗାଇ କରୁଁ ତାକୁ ବଡ଼
ଉପାଡ଼ି ପାରିବନି ଝଡ଼
ଭାଷାରେ ଭରି ମଧୁରତା
ଓ ବେଳେବେଳେ ନିରବତା
ସଂସାରେ ଆମେ ଦୁଇ ବ୍ୟକ୍ତି
ଦେଖାଉଁ ଭାଷା ଅନୁରକ୍ତି
Comments are closed.