ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୫
କୁଜ୍ଝଟିକା କି କୁଜ୍ଝଟିକା
ହେବ ଆମ ଲିପିରେ ଲେଖା
ଏବେ ହିଁ ନିର୍ଣୟ କରିବା
ନ ହେଲେ ଧଂଦି ହେଉଥିବା
ଉଦ୍ଗିରଣ କି ଉଦ୍ଗିରଣ
ଉଡ୍ଡୟନ କି ଉଡ୍ଡୟନ
ଅକ୍ଟୋବର୍ କି ଅକ୍ଟୋବର
ଏବେ କରିବା ମନ ସ୍ଥିର
ଉଦ୍ଘାଟନ କି ଉଦ୍ଘାଟନ
ଉଦ୍ଭାବନ କି ଉଦ୍ଭାବନ
ସମ୍ପୂର୍ଣ୍ଣ ଅଥବା ସଂପୂର୍ଣ
କେମିତି କରିବା ଲିଖନ
ସତ୍ସାହସ କି ସତ୍ସାହସ
ଫସ୍ଫରସ୍ କି ଫସ୍ଫରସ
ହୃଦ୍ରୋଗୀ କିଂବା ହୃଦ୍ରୋଗୀ
କେଉଁଟି ଭାଷା ଉପଯୋଗୀ ?
ଆକାଂକ୍ଷା ଅଥବା ଆକାଙ୍କ୍ଷା
କିପରି ହେବ ଶବ୍ଦ ଲେଖା
ମୁଦ୍ଗର ଅଥବା ମୁଦ୍ଗର
କେଉଁଟି ସତେ ଦରକାର ?
ଈପ୍ସିତ ଅଥବା ଈପ୍ସିତ
ଯାହା ଭାଷାକୁ ଉପଯୁକ୍ତ
ତାହା ହିଁ କରିବା ଲିଖନ
ସଂଦେହମୁକ୍ତ କରୁଁ ମନ
ଲିପିରେ ଯାହା ବି ଅସ୍ବଚ୍ଛ
ତାହା ନ କଲେ ଏବେ ସ୍ବଚ୍ଛ
କଟିବ ଆଉ ବହୁ ଦିନ
ହେବନି ଭାଷା ଉନ୍ନୟନ
ସହସ୍ର ବର୍ଷ ଗଲା ବିତି
ଗାଇ ଚାଲିଛୁଁ ପୂର୍ବ କୀର୍ତି
ଚଳିତ ଏହି ବର୍ତମାନ
ଆଡ଼କୁ ଯାଉନାହିଁ ଧ୍ୟାନ
ଏକାଧିକ ଅକ୍ଷର ଯୋଡ଼ି
ହେଲେ ବି ଯୁକ୍ତାକ୍ଷର ଗଢ଼ି
ତାହାର ରୂପ ଓ ଆକାର
ଦିଶେନି କେବେ ପରିସ୍କାର
ହସ୍ତାକ୍ଷର ଓ ଯଂତ୍ରାକ୍ଷର
ନୁହଂତି ଏକ ପ୍ରକାରର
ପରିବର୍ତିତ ହେଲେ ରୂପ
ହୁଏନି ବର୍ଣ ଗୁଣ ଲୋପ
ତତ୍କାଳ କରିଲେ ଉପାୟ
କମିବ ଭାଷା ଅବକ୍ଷୟ
ଲୋକଂକ ଭାବର ଆଶ୍ରୟ
ହୋଇବ ପୁଣି କୀର୍ତିମୟ
ସରଳ ଆଉ ସୁଦର୍ଶନ
ହେଲେ ଅକ୍ଷର ଚିହ୍ନମାନ
ଟାଣି ପାରିବେ ଜନମନ
ହୋଇବ ବିକାଶ ବର୍ଧନ
Comments are closed.