ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୩୭
ଦ୍ବିବାର ସମ ଯୁଗ୍ମ ବର୍ଣ
କଲେ ଏକାଠି ଅବସ୍ଥାନ
ଅକ୍ଷର ମୂଳେ ଅର୍ଧାକ୍ଷର
ଲେଖିଲେ ହୁଏ ଯୁଗ୍ମାକ୍ଷର
‘କ’ ସହ ‘କ୍କ’ କୁ ତୁଳନା
କରିଲେ ଏହା ପଡ଼େ ଜଣା
‘ଜ ଓ ଜ୍ଜ’ ଆହୁରି ‘ନ ଓ ନ୍ନ’
ଭିନ୍ନ ହୁଅଂତି ଦୃଶ୍ୟମାନ
‘ଲ ଓ ଲ୍ଲ’ କରିଲେ ଲିଖନ
ମିଳିବ ଯୁଗ୍ମାକ୍ଷର ଜ୍ଞାନ
ଅକ୍ଷର ତଳେ କ୍ଷୁଦ୍ରାକ୍ଷର
ଯୋଡ଼ିଲେ ହୁଏ ଯୁଗ୍ମାକ୍ଷର
ଡ ଡ୍ଡ, ମ ମ୍ମ ସହିତ ଣ ଣ୍ଣ
ଦିଶୁଛି ଏ ଉଦାହରଣ
‘ଓ’ ରହି ‘ ଣ ‘ ଅକ୍ଷର ତଳେ
‘ଣ’ ର ପ୍ରତୀକ ରୂପେ ଚଳେ
‘ ଚ ଚ୍ଚ, ଟ ଟ୍ଟ, ଦ ଦ୍ଦ ଓ ତ ତ୍ତ
ଭାଷାରେ ବେଶ୍ ପ୍ରଚଳିତ
ଭିନ୍ନାକ୍ଷର ଏ ବର୍ଣରାଜି
ଭାଷାରେ ଅଛଂତି ବିରାଜି
ଏ ସବୁ କଥନ, ଲିଖନ
ଶୁଭେ ଓ ଦିଶେ ପ୍ରତିଦିନ
ଧୋକା ଧକ୍କା ଓ ମଜା ମଜ୍ଜା
ପକା ପକ୍କା ଓ ସାଜସଜ୍ଜା
ଲାଂଛନ ଅଥଚ ପ୍ରଚ୍ଛନ୍ନ
କଂପନ ସଂପନ୍ନ ବ୍ୟୁତ୍ପନ୍ନ
ଫୁଲ ପ୍ରଫୁଲ୍ଲ, ମାଲ ମଲ୍ଲ
ଲ ଓ ଲ୍ଲ ନୁହେ ସମତୁଲ
ସମାନ ସମ୍ମାନ ପାର୍ଥକ୍ଯ
ଭାଷୀଏ କରୁଥାଂତୁ ଲକ୍ଷ୍ୟ
ନିଖୁଣ ଅଥଚ ଅକ୍ଷୁଣ୍ଣ
ଚଳିତ ଏପରି ବନାନ
ପଟା ପଟ୍ଟା ଓ ନୀଚ ଉଚ୍ଚ
ଲିଖନ କରେ ଲିପି ସ୍ବଚ୍ଛ
ପଡ଼ାର ଆଡ୍ଡାଖୋର୍ ବୁଢ଼ା
ଚଳଇ ଦେଇ ଘର ଭଡ଼ା
ବିଦେଶ ଅଥଚ ଉଦ୍ଦେଶ୍ଯ
ଦ ଓ ଦ୍ଦ ଭେଦ ହୁଏ ଦୃଶ୍ଯ
ସ୍ବଭାଷା ଲେଖିବାକୁ ହାତ
ଚଳାଇ ଯେ ହୁଏ ଭର୍ତ୍ସିତ
ଲେଖାଲେଖି ସେ ଦିଏ ଛାଡ଼ି
ମନୁ ଉତ୍ସାହ ଯାଏ ଉଡ଼ି
ବୁଝିବା ଶବ୍ଦର ସ୍ବରୂପ
ଧ୍ବନିକୁ ଦେବା ଲିପିରୂପ
ହେଲେ ଟିକିଏ ସାବଧାନ
ମିଳିବ ପ୍ରଚୁର ସମ୍ମାନ
Comments are closed.