Latest Odisha News

BREAKING NEWS

ଭାଷା ଭାଗବତ : ସଂସ୍କାର ପ୍ରଚେଷ୍ଟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ସଂସ୍କାର ପ୍ରଚେଷ୍ଟାରେ ନିଷ୍ଠା
ରହିଲେ ବ୍ୟକ୍ତିଗତ ଚେଷ୍ଟା
ଫଳତଃ ସମାଜେ ସ୍ବୀକୃତି
ପାଇଛି ବହୁ ନୂଆ ରୀତି

ସଂସ୍କାର ଆରଂଭର କାଳ
ବସ୍ତୁତଃ ହେଲେଁ ହେଁ ଜଟିଳ
କ୍ରମଶଃ ହୋଇଲେ ସରଳ
ଲୋକଂକୁ ମିଳେ ଭଲ ଫଳ

ଆମର ଲିପିରେ ସଂସ୍କାର
ଚେଷ୍ଟା ଚାଲିଛି ନିରଂତର
ସଂସ୍କାର ଅନୁକୂଳ ଧାରା
ବହୁଛି ଏବେ ରାଜ୍ଯ ସାରା

ଲିପିର ଜଟିଳତା ତ୍ୟାଗ
ନିମଂତେ ଶୁଦ୍ଧ ଅନୁରାଗ
ପୋଷଣ କଲେ ଭାଷାଭାଷୀ
ସ୍ବଭାଷା ହେବ ଅବିନାଶୀ

ପରଂପରାର ଦ୍ବାହି ଦେଇ
ପରିବର୍ତନ ଅଟକାଇ
ହେବନି ଆଉ ବେଶି ଦିନ
ବୁଝିପାରୁଛି ଲୋକମନ

ହେବା ନିମଂତେ ଅଗ୍ରକର୍ମୀ
ଏବେ ଅନେକ ଭାଷାପ୍ରେମୀ
ହୋଇଗଲେଣି ଯେଣୁ ରାଜି
ସଂସ୍କାର ହେବ ନିଶ୍ଚେ ଖଂଜି

ପୂର୍ବର ପ୍ରତିବାଦୀ ସ୍ବର
ହୋଇଛି ଯେହେତୁ ମଧୁର
ପରିବର୍ତନ ପରାୟଣ
ହେବାକୁ ଦେବେ ଲୋକେ ମନ

ସଂସ୍କାର କରିଲେ ସ୍ବାଗତ
ସଭିଏଁ ହେବା ଉପକୃତ
ଜଟିଳତାର ବିଲୋପନ
ନିମଂତେ ଲୋଡ଼ା ଏବେ ଧ୍ୟାନ

ଲିପି ହୋଇଲେ କଷ୍ଟସାଧ୍ୟ
ତାହା ଲେଖିବା ପାଇଁ ବାଧ୍ୟ
କରିବା ନୁହଇ ସଂଭବ
ଏ ସତ୍ୟ କରୁଁ ଅନୁଭବ

ସଂସ୍କାର ବିମୁଖ ଜନତା
ପାଳଂତି ଯେଣୁ ପୂର୍ବ ପ୍ରଥା
ପାଆଂତି ପୂର୍ବ ପରି ଫଳ
ସ୍ବଭାଷା ହୁଅଇ ଦୁର୍ବଳ

Comments are closed.