Latest Odisha News

BREAKING NEWS

ଟେମ୍ପଲ ସିଟିରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ମେଟ୍ରୋ ଟ୍ରେନ୍‌, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସିଟି ସେବା  । ମେଟ୍ରୋ ଟ୍ରେନ୍‌ ସେବା ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଜଣାପଡ଼ିଛି  । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ରେଳ ମନ୍ତ୍ରାଳୟ ସହ ମେଗା ଟ୍ରେନ୍‌ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି  । ଖାଲି ସେତିକି ନୁହେଁ ଚାଲିବାକୁ ଥିବା ଏହି ମେଟ୍ରୋ ଟ୍ରେନ୍‌ ପାଇଁ ରେଳ ମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ନିକଟରେ ସେଶିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହାର ଆଭାସ ଦେଇଛନ୍ତି । ୫ଟି ସଚିବ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ଏକ  ପୋଷ୍ଟ ମାଧ୍ୟମରେ “ଖୁବଶୀଘ୍ର ଓଡ଼ିଶାକୁ ବଢ଼ିଆ ଖବର ମିଳିବ, ଜୟ ଜଗନ୍ନାଥ…” ବୋଲି କହି ପରୋକ୍ଷରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ପ୍ରଥମ ଥର ମେଟ୍ରୋ ଟ୍ରେନ୍‌ ସେବାକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି  । ୫ଟି ସଚିବ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ଏକ  ପୋଷ୍ଟ କରିଥିବା ପୋଷ୍ଟରେ ଅନେକ ଲୋକ ମତ ରଖିଛନ୍ତି  । କିଛି ଲୋକ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଥିବା ବେଳେ ଅନେକ ଲୋକ ଖୁସି ଜାହିର କରିଛନ୍ତି  ।

ମିଳିଥିବା ସୂଚନା ଅନୁଯାୟୀ, ରେଳ ମନ୍ତ୍ରଣାଳୟ ସହ ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ଶେଷ ହେବା ସହ ଟ୍ରେନ ଚାଲିବାକୁ ଥିବା ରେଳମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଏହାକୁ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ମେଟ୍ରୋ ଟ୍ରେନ ଚଳାଚଳ କଲେ ଭୁବନେଶ୍ୱର ଓ ପୁରୀର ୬୦କିମି ଦୂରତ୍ୱକୁ ମାତ୍ର ଅଧଘଣ୍ଟା ମଧ୍ୟରେ ଅତିକ୍ରମ କରିପାରିବ । ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରୁଥିବାବେଳେ ଏକାମ୍ର କ୍ଷେତ୍ର ଓ ଶ୍ରୀକ୍ଷେତ୍ର  ଏବଂ ଅର୍କକ୍ଷେତ୍ର କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ରାଜ୍ୟବାସୀ ତଥା ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଦେବ । ଏହି ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ଆର୍ଥିକ ଖର୍ଚ୍ଚ ମଧ୍ୟ ତୁଲାଇବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଏନେଇ ବିସ୍ତୃତ ରିପୋର୍ଟ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି ।

 

 

Leave A Reply

Your email address will not be published.